Categories
ଆଜିର ଖବର ଜାତୀୟ ଖବର

ସାନିଟାଇଜର-ହ୍ୟାଣ୍ଡଓ୍ବାସ କାରଖାନାରେ ବିସ୍ଫୋରଣ : ଦୁଇ ମୃତ, ଜଣେ ଗୁରୁତର

ମୁମ୍ବାଇ:  ମହାରାଷ୍ଟ୍ରର ପାଲଘରଠାରେ ଏକ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାସ୍‌ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି।  ସୋମବାର ଦିନ 11ଟା 30 ମିନିଟ୍‌ ସମୟରେଏହି ଦୁର୍ଘଟଣା ଘଟିଥିଲା । କମ୍ପାନୀରେ ବିସ୍ଫୋରଣ ହେବା ସମୟରେ କମ୍ପାନୀରେ 66ଜଣ କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ଯାଞ୍ଚ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପାଲଘରର ତାରାପୁରଠାରେ ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ସୋମବାର ଦିନ ବିସ୍ଫୋରଣ ହୋଇଛି । ଏହି କାରଖାନାରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାଶ୍‌ ପାଇଁ କଞ୍ଚା ମାଲ ପ୍ରସ୍ତୁତି ହେଉଥିଲା । ଅଚାନକ ଏହି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ ।

ସମଗ୍ର ଭାରତବର୍ଷ ଏବେ କରୋନା କବଳରେ । କରୋନା କାୟା ଯୋଗୁଁ ଦେଶରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାସ୍‌ର ଡିମାଣ୍ଡ ବେଶ୍‌ ପରିଲକ୍ଷିତ ହେଉଛି । ଦେଶରେ ସର୍ବାଧିକ କରୋନା ସଂକ୍ରମିତ ତଥା ରୋଗୀ ମହାରାଷ୍ଟ୍ରରେ ଦେଖାଯାଇଛନ୍ତି । ଏଠାରେ ଦୁଇ ଜହାରରୁ ଅଧିକ କରୋନା ସଂକ୍ରମିତ ହୋଇଥିବାବେଳେ 150ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)