Categories
ଆଜିର ଖବର

ଏନ୍‌ଆଇଏ ନିକଟରେ ହାଜର ହେଲେ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ୍‌ ଫାରୁକ୍‌

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ୍‌ ଉମର ଫାରୁକ୍‌ ମଙ୍ଗଳବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ନିକଟରେ ହାଜର ହୋଇଛନ୍ତି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ପଚରାଉଚୁରା ଜାରି ରହିଥିବା ନେଇ ଏନ୍ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ରାଜନୈତିକ ଦଳ ଅଓ୍ବାମୀ ଆକ୍ସନ୍‌ କମିଟି ଏବଂ ହୁରିୟାତ କନଫରେନ୍ସ ପାଇଁ ବିଭିନ୍ନ ଆତଙ୍କୀ ସଙ୍ଗଠନରୁ ଅର୍ଥ ଯୋଗାଡ କରିଥିବାରୁ ଏହି ମାମଲା ରୁଜୁ କରାଯାଇଛି ବୋଲି ଏନ୍‌ଆଇଏ ପକ୍ଷରୁ ପ୍ରକାଶ ପାଇଛି। ଏନ୍‌ଆଇଏ ମୁଖ୍ୟାଳୟରେ ଏହି ପଚରାଉଚୁରା ଜାରି ରହିଛି। ମିରଓ୍ବେଜ୍‌କ ହୁରିୟାତ୍‌ କନ୍‌ଫରେନ୍ସର ମୁଖ୍ୟ ରହିଥିବା ବେଳେ କାଶ୍ମୀର ସମସ୍ୟାର ସମାଧାନ ପାଇ  ୟୁପିଏ ଏବଂ ଏନ୍‌ଡିଏ ସହିତ ଆଲୋଚନା କରିଥିଲେ। ଏନ୍‌ଆଇଏ ପକ୍ଷରୁ ଦାଏର କରାଯାଇଥିବା ମାମଲାରେ ଆତଙ୍କୀ କାର୍ଯ୍ୟରେ ସମ୍ପୃକ୍ତି, ସେନା ଉପରକୁ ପଥର ଫିଙ୍ଗା ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ନେଇ ମାମଲା ଦାୟର କରିଛି। ମିରଓ୍ବେଜ୍‌ଙ୍କ ବ୍ୟତିତ ଅନ୍ୟତମ ବିଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ପୁତ୍ର ନଶୀମ୍‌ ଗିଲାନୀଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି।