Categories
ଆଜିର ଖବର ଜାତୀୟ ଖବର

ଅନଲକ୍‌ 3.0ର ପ୍ରସ୍ତୁତି : ଖୋଲିପାରେ ସିନେମା ହଲ୍‌, ଜିମ୍‌

ନୂଆଦିଲ୍ଲୀ : ଜୁଲାଇ 31ରେ ଦେଶରେ ଅନଲକ୍‌ -2 ଶେଷ ହେବାକୁ ଥିବାବେଳେ ଅନଲକ୍‌ -3 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନଲକ୍‌-3ରେ ସାମାଜିକ ଦୂରତ୍ବ  ରଖି ସିନେମା ହଲ ଖୋଲିବା ନେଇ ପ୍ରସ୍ତାବ ରହିଛି । ସୂଚନା ପ୍ରସାରଣ ମନ୍ତ୍ରାଳୟ ଏନେଇ ଗୃହ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି ।

ଏହା ପୂର୍ବରୁ ସୂଚନା ପ୍ରସାରଣ ମନ୍ତ୍ରାଳୟ ଓ ସିନେମା ହଲ୍‌ ମାଲିକଙ୍କ ସହ ବୈଠକ କରିଥିଲେ ।  ଏହି ବୈଠକରେ ସିନେମା ହଲ୍‌ ମାଲିକ,  50 ପ୍ରତିଶତ ଦର୍ଶକଙ୍କ ସହିତ ଥିଏଟର ଆରମ୍ଭ ହେବ ବୋଲି ପ୍ରସ୍ତୁତି ହୋଇଛି । ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳର 25 ପ୍ରତିଶତ ସିଟ୍‌ ସହିତ ସିନେମା ହଲ୍‌ ଖୋଲିବା ସହିତ ସାମାଜିକ ଦୂରତ୍ବ ଓ କୋଭିଡ୍‌ ଗାଇଡ ଲାଇନ୍‌ ନିୟମକୁ ଶକ୍ତ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଅନଲକ୍‌ -3ରେ ସିନେମା ହଲ୍‌ ସହିତ ଜିମ୍‌ ଖୋଲା ଯାଇପାରିବ ବୋଲି ସୂଚନା ରହିଛି । ଜିମ୍‌ ଖୋଲିବା ନେଇ କଡା ନିୟମ ପ୍ରଣୟନ କରାଯିବା ବୋଲି ସୂଚନା ରହିଛି । ତେବେ ଅନଲକ୍‌ -3ରେ ସ୍କୁଲ ଓ ମେଟ୍ରୋ ଖୋଲିବା ନେଇ କୌଣସି ବିଚାର କରାଯାଇନାହିଁ । ସେହିପରି ରାଜ୍ୟଗୁଡିକ ପାଇଁ ମଧ୍ୟ ଅନଲକ୍‌ 3ରେ କିଛି କଟକଣାକୁ କୋହଳ ଦିଆଯିବ ବୋଲି ସୂଚନା ରହିଛି ।

କରୋନା ସଂକ୍ରମଣକୁ ଦେଖି ମାର୍ଚ୍ଚ ମାସରୁ ପୂରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିଲା । ଏହା ଜୁନ୍‌ ପର୍ଯ୍ୟନ୍ତ ଲାଗି ରହିଥିବାବେଳେ ଜୁନ୍‌ 30ରେ ଅନଲକ୍‌ -1 ଆରମ୍ଭ ହୋଇଥିଲା ।

ଦେଶରେ ଅନଲାକ୍‌ ଲାଗୁ ହେବା ପରେ କରୋନା ମାମଲା ବେଶ୍‌ ଦ୍ରୁତ ଗତିରେ ବଢି ଚାଲିଚି । ଏବେ ସୁଦ୍ଧା ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 13 ଲକ୍ଷ 85 ହଜାର 522ରେ ପହଞ୍ଚିଥିବାେବଳେ ମୃତ୍ୟୁ ସଂଖ୍ୟା 32 ହଜାର 063ରେ ପହଞ୍ଚିଛି । (ଏଜେନ୍ସି)