Categories
ଆଜିର ଖବର

ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା : ୪ ମୃତ, ୨୧ ଆହତ

ଯମୁନା ଏକ୍ସପ୍ରେସ ଓ୍ବେରେ ଏକ ଦୁର୍ଘଟଣା ଘଟି ୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ବଲଦେବ ଜିଲ୍ଲାରେ ଏକ ଡବଲ ଡେକର ବସ୍‌ ଓଲଟି ପଡିବାରୁ ଏହି ଘଟଣା ଘଟିଛି। ବରିଷ୍ଠ ପୋଲିସ୍‌ ଅଧିକାରୀ ସତ୍ୟରାଜ ଅନିରୁଦ୍ଧ ପଙ୍କଜ କହିଛନ୍ତି ବସ୍‌ଟି ଦିଲ୍ଲୀରୁ ମଧ୍ୟପ୍ରଦେଶର ଭିଣ୍ଡ ନିମନ୍ତେ ଯାତ୍ରା କରୁଥିଲା। ରବିବାର ରାତିରେ ଗଡସାଉଲି ଗ୍ରାମର ୧୩୨ ନମ୍ବର ମାଇଲଖୁଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ରାସ୍ତାର ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି। ଆହତ ମାନଙ୍କୁ ଆଗ୍ରାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।