Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଖୁସି ଖବର, ଫାସଟ୍ୟାଗ କରନ୍ତୁ ମାଗଣାରେ 770ଟି ଟୋଲଗେଟରେ ଯିବା ଆସିବା କରନ୍ତୁ

ନୂଆଦିଲ୍ଲୀ, ଲୋକମାନଙ୍କ ମଧ୍ୟରେ ଫ୍ୟାସଟ୍ୟାଗ ଆଗ୍ରହକୁ ବୃଦ୍ଧି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବର୍ତ୍ତମାନ ଆପଣ ଫାସଟ୍ୟାଗ କଲେ ଆପଣଙ୍କୁ 100 ଟଙ୍କା ପର୍ଯ୍ୟନ୍ତ ଛାଡ କରାଯିବ। ଭାରତର ପ୍ରାୟ 770ଟି ଟୋଲଗେଟରେ ଆପଣ ଏହି ରିହାତି ହାସଲ କରିପାରିବେ। ତେବେ ସାବଧାନ, ଏହି ରିହାତି କେବଳ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଜାତୀୟ ରାଜପଥ କର୍ତ୍ତୁପକ୍ଷ ବା ଏନଏଚଆଇ ବର୍ତ୍ତମାନ ଟୋଲଗେଟଗୁଡିକ ନଗଦ ବିହୀନ କରିବାକୁ ଯାଉଛନ୍ତି। ସେଥିପାଇଁ ଏହି ଫାସଟ୍ୟାଗ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ବାରା ଗାଡିରେ ଯାଉଥିବା ଯାତ୍ରୀମାନେ ଆଉ ଟୋଲଗେଟରେ ଲମ୍ବା ଧାଡିରେ ଛିଡା ହେବେ ନାହିଁ। ସେମାନେ ମୋବାଇଲ ପେମେଣ୍ଟ ମାଧ୍ୟମରେ ଟୋଲଗେଟ ଶୁଳ୍କ ଦେଇ ଯାଇ ପାରିବେ।

ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ବର୍ତ୍ତମାନ ଏହା 87 ପ୍ରତିଶତ ସଫଳତା ହାସଲ ହୋଇପାରିଛି। କେବଳ ଗତଦୁଇ ଦିନରେ ଏହା 7 ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଫେବୃୟାରୀ 17 ତାରିଖ ସୁଦ୍ଧା 95 କୋଟି ଟଙ୍କା ଆଦାୟ ହୋଇଛି ବୋଲି ଜଣାପଡିଛି। ବର୍ତ୍ତମାନ ଏହି ଫ୍ୟାସଟ୍ୟାରେ ପ୍ରାୟ 60 ଲକ୍ଷ କାରାବାର ହୋଇଛି ବୋଲି ଏନଏଚଆଇ କହିଛି।

ଏହି ଫାସଟ୍ୟାଗ ବିକ୍ରି କରିବା ପାଇଁ ସାରା ଦେଶରେ ପ୍ରାୟ 40 ହଜାର କେନ୍ଦ୍ର ଖୋଲାଯାଇଛି। ଏପରିକି ବଡ ବଡ ବ୍ୟାଙ୍କ ମଧ୍ୟ ଏହି ଟ୍ୟାଗ ବିକ୍ରିରେ ସାମିଲ ହୋଇଛନ୍ତି। ଏଥିସହିତ ବହୁ ଅନଲାଇନ ବିକ୍ରୟ କଂପାନୀ ମଧ୍ୟ ଏହି ଫାସଟ୍ୟାଗ ବିକ୍ରି କରୁଛନ୍ତି।