Categories
ଅପରାଧ ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

45 ଏକରରେ ଥିବା ଗଂଜେଇ ଗଛକୁ ପୋଡିଦେଲା ପୋଲିସ, ଏହା କେତେ ଟଙ୍କା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାୟଗଡା, ଗତକାଲି ଏକ ଗଂଜେଇ ନଷ୍ଟ ଅଭିଯାନରେ ବଡ ସଫଳତା ହାସଲ କରିଛି ରାୟଗଡା ପୋଲିସ। ପ୍ରାୟ 45 ଏକରରେ ହେଉଥିବା ଗଂଜେଇ ଚାଷକୁ ପୋଡି ଛାରଖାର କରିଦେଇଛି ପୋଲିସ। ମୁନିଗୁଡା ଥାନା ଅଧିନରେ ଥିବା ଦିଲାଗୁଡି ଗାଁରେ ଏହି ଗଂଜାଇ ଚାଷ ହେଉଥିଲା। ପୋଲିସ ଏହ ଖବର ଜାଣିବା ପରେ ସେଠାରେ ଚଢାଉ କରି ସମସ୍ତ ଗଛ ପୋଡି ଦେଇଛି। ପୋଲିସର କହିବା କଥା ଯଦି ଏହାକୁ ଲୋକେ ବିକ୍ରି କରିଥାଆନ୍ତେ ତେବେ ପ୍ରାୟ ଚାରି କୋଟି ଟଙ୍କା ହୋଇ ଥାଆନ୍ତା।