Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରୀଡା ସହିତ ବର୍ଣ୍ଣବୈଷମ୍ୟବାଦର କୌଣସି ସମ୍ପର୍କ ନାହିଁ : ରାହୁଲ୍‌

ବେଙ୍ଗାଲୁରୁ : ଆମେରିକାର ଜର୍ଜ ଫ୍ଲୟେଡ୍‌ ହତ୍ୟାକୁ ନେଇ ନିଜ ମତାମତ ରଖିଛନ୍ତି ଭାରତୀୟ କ୍ରିକେଟର କେ ଏଲ୍‌ ରାହୁଲ୍‌ । ଏହି ଘଟଣାକୁ ନେଇ ଆମେରିକାରେ ହିଂସା ଦେଖାଦେଇଥିବା ସମ୍ପୂର୍ଣ୍ଣ ବିଶ୍ବ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି । ଟ୍ବିଟ୍ଟରରେ ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର ଟ୍ରେଣ୍ଡରେ ମଧ୍ୟ ରହିଛି । ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ରାହୁଲ୍‌ ଏକ ମେସେଜ୍‌ ସେୟାର କରିଛନ୍ତି ।

କ୍ରୀଡା ସର୍ବଦା କଳା ଗୋରା ଭେଦଭାବରୁ ବାଦ୍‌ ରହିଛି । ବର୍ଣ୍ଣ ବୈଷମ୍ୟବାଦ ନୁହେଁ ଦକ୍ଷତା କାରଣରୁ ହିଁ କ୍ରୀଡାବିତ୍‌ଙ୍କୁ ସୁଯୋଗ ମିଳିଥାଏ ବୋଲି ରାହୁଲ ମତ ଦେଇଛନ୍ତି । କ୍ରୀଡା ଦ୍ବାରା ସମସ୍ତେ ଶାରିରୀକ ଏବଂ ମାନସିକ ଶାନ୍ତି ହାସଲ କରିଥାନ୍ତି । ଏହା ସହିତ କ୍ରୀଡା ସମସ୍ତ ଜାତି, ଧର୍ମ ଏବଂ ସଂସ୍କୃତିକୁ ସମାନ ସୁଯୋଗ ପ୍ରଦାନ କରିଥାଏ । କ୍ରିକେଟ୍‌ର 22 ଗଜ୍‌ ପିଚ୍‌ ମଧ୍ୟରେ କୌଣସି ରଙ୍ଗକୁ ପ୍ରାଧାନ୍ୟ ଦିଆଯାଇନଥାଏ ବୋଲି ରାହୁଲ୍‌ ଲେଖିଛନ୍ତି । ରାହୁଲଙ୍କ ଏହି ପୋଷ୍ଟ ପରେ ଏହାକୁ ସୋସିଆଲ୍‌ ମିଡିଆରେ ପ୍ରଶଂସା କରାଯାଇଛି । (ଏଜେନ୍ସି)