Categories
ଆଜିର ଖବର

ପୁରୀରେ ଗୋଷ୍ଠୀ ସଂଘର୍ଷ : ଛୁରାମାଡ଼ ଓ ଏସିଡ଼ ମାଡ଼ରେ ୪ ଗୁରୁତର

ପୁରୀ ବ୍ରହ୍ମଗିରିରେ ଗୋଷ୍ଠୀ ସଂଘର୍ଷ କାରଣରୁ  ଚାରିଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଅପର ଗୋଷ୍ଠୀ ପକ୍ଷରୁ କାଜୁ ବଗିଚାରେ ନିଆଁ ଲଗାଇବା ସହ ଛୁରାମାଡ଼ ଓ ଏସିଡ ମାଡ଼ କରାଯାଇଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଶାହାଜାନପୁରରେ କୈାଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ କାଜୁ ବଗିଚା ଜଗିଥିବା ବେଳେ ଅନ୍ୟ ଗୋଷ୍ଠୀ ପକ୍ଷରୁ ବଗିଚାରେ ନିଆଁ ଲଗାଇବା ସହ ଆକ୍ରମଣ କରାଯାଇଛି। ଶାହାଜାନପୁର ଗାଁର ଏହି ଘଟଣାରେ ଏସିଡ଼ ମାଡ଼ରେ ଦୁଇ ଜଣ ଓ ଛୁରାମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏନେଇ ବ୍ରହ୍ମଗିରି ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ଚାରିଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।