ଭେନେଜୁଏଲାର ବିପକ୍ଷ ଦଳର ମୁଖ୍ୟ ନେତା ଜୁଆନ୍ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଦେଶର ସର୍ବୋଚ୍ଚ କୋର୍ଟରେ ଗୁଆଡିଓଙ୍କ ବିପକ୍ଷରେ ଏହି ମାମଲା ଚାଲିବ ବୋଲି ଜଣାପଡିଛି। ରହିଥିବା ପ୍ରମାଣ ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶଦ୍ରୋହ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଥିବା ବେଳେ ଆଇନ୍ ବ୍ୟବସ୍ଥା ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ଦଳର ମୁଖ୍ୟ ଜୁଲିଓ ଗାର୍ସିଆ ଜେର୍ପା କହିଛନ୍ତି। ଗୁଆଡିଓ ଯଦି ଏହି ମାମଲାରେ ସମ୍ପୃକ୍ତ ଥାନ୍ତି ତେବେ ନିଜ କର୍ମର ଦଣ୍ଡ ତାଙ୍କୁ ଭୋଗିବାକୁ ପଡିବ ବୋଲି ବିପକ୍ଷ ଦଳର ଅନ୍ୟତମ ସଦସ୍ୟ ଦିଓସାଡୋ କାବେଲୋ ପ୍ରକାଶ କରିଛନ୍ତି।
Categories
ଜୁଆନ୍ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା
