Categories
ଆଜିର ଖବର ଜାତୀୟ ଖବର

ସ୍ବାଇନ୍‌ ଫ୍ଲୁରେ ପୀଡିତ 6 ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ : ସ୍ବାଇନ୍‌ ଫ୍ଲୁରେ ପୀଡିତ ହୋଇଛନ୍ତି ସୁପ୍ରିମକୋର୍ଟର 6 ବିଚାରପତି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ସ୍ବାଇନ୍‌ ଫ୍ଲୁରେ ପୀଡିତ ହୋଇ 6 ଜଣ ବିଚାରପତି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ଏହି ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ସହିତ ଏକ ବୈଠକ କରିଛନ୍ତି । ମଙ୍ଗଳବାର ଅନ୍ୟତମ ବରିଷ୍ଠ ବିଚାରପତି ସଞ୍ଜୀବ ଖନ୍ନା ମାସ୍କ ପିନ୍ଧି କୋର୍ଟ ଆସିଥିଲେ । ଅପର ପକ୍ଷରେ କୋର୍ଟରେ ସ୍ବାଇନ୍‌ ଫ୍ଲୁର ଟୀକା ମହଜୁଦ ରଖିବା ପାଇଁ ସର୍ବୋଚ୍ଚ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଓକିଲ ଏବଂ ବିଚାରପତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ବିଚାରପତି ପ୍ରକାଶ କରିଛନ୍ତି । (ଏଜେନ୍ସି)