Categories
ଜାତୀୟ ଖବର ବିଶେଷ ଖବର

ବଜେଟ୍‌ ମୁଖ୍ୟାଂଶ : ନାରୀ ସୁରକ୍ଷା ପାଇଁ 26 ହଜାର କୋଟି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ବେଟି ବଚାଓ ବେଟୀ ପଢାଓ ଯୋଜନାରେ ପ୍ରାୟ 94 ପ୍ରତିଶତ ମହିଳା ଉପକୃତ ହେଉଥିବା ନେଇ ସୀତାରମଣ ଘୋଷଣା କରିଥିଲେ। ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ପାଇଁ ସରକାରଙ୍କ ପକ୍ଷରୁ 28 ହଜାର 6 ଶହ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି । ସେହିପରି ମହିଳାଙ୍କ ବିବାହ ବୟସ ପୂର୍ବରୁ କରାଯାଉଥିବା ବିବାହକୁ ରୋକିବା ପାଇଁ ଏକ କମମିଟି ଗଠନ କରାଯିବା ନେଇ ସୀତାରମଣ ଘୋଷଣା କରିଛନ୍ତି। ଅପପୁଷ୍ଟିର ମୁକାବିଲା ପାଇଁ 35600 କୋଟି ଟଙ୍କାର ଘୋଷଣା କରାଯାଇଛି। 2021 ସୁଦ୍ଧା ଦେଶର 10 କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୀତାରମଣ ପ୍ରକାଶ କରିଛନ୍ତି ।
ସେହିପରି ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ବିକାଶ ପାଇଁ 85 ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ବର୍ଗର ବିକାଶ ପାଇଁ 53 ହଜାର 700 କୋଟି ଟଙ୍କା ଘୋଷଣା କରାଯାଇଛି ।

ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ 600 ନୂତନ ବିମାନ ଚଳାଚଳ ପାଇଁ ଘୋଷଣା କରାଯାଇଛି। 2024 ସୁଦ୍ଧା ଦେଶରେ 100ଟି ନୂତନ ବିମାନବନ୍ଦର ନିର୍ମାଣ ସହିତ ବିମାନ ସଂଖ୍ୟ 1200କୁ ବୃଦ୍ଧି କରିବା ପାଇଁ ବଜେଟ୍‌ରେ ଘୋଷଣା କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଘୋଷଣା କରାଯାଇଛି। ପର୍ଯ୍ୟଟନର ବିକାଶ ପାଇଁ 25 ଶହ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ସଂସ୍କୃତିର ପୁନରୁଦ୍ଧାର ପାଇଁ 3150 କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ 5ଟି ନୂତନ ପର୍ଯ୍ୟଟନ ସ୍ଥଳର ବିକାଶ ନେଇ ଘୋଷଣା କରାଯାଇଛି। କୋଲକାତାରେ ଅବସ୍ଥିତ ଇଣ୍ଡିଆନ୍‌ ମ୍ୟୁଜିୟମ୍‌ର ପୁନରୁଦ୍ଧାର କରାଯିବା ସହିତ ରାଞ୍ଚିରେ ଏକ ଜନଜାତି ସଂଗ୍ରହାଳୟ ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଐତିହ୍ୟ ସୁରକ୍ଷା ନେଇ ପୁରୀରେ ମିନି ମାରାଥନ

ସମୀକ୍ଷା ବ୍ୟୁରୋ

ପୁରୀ : ପୁରୀଠାରେ ଏକ ମିନି ମାରଥାନ ଆରମ୍ଭ ହୋଇଯାଇଛି। ଏହି ମାରାଥନ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ ।  ଏନ୍‌ଡିଆରଏଫ୍‌, ଓଏସ୍‌ଡିଏମ୍‌ଏ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଐତିହ୍ୟର ସୁରକ୍ଷା ବାର୍ତ୍ତା ନେଇ ଏହି ମାରାଥନ ଆୟୋଜନ କରାଯାଇଥିଲା । ଇଣ୍ଡୋର ଷ୍ଟାଡିୟମ୍‌ଠାରୁ ମଙ୍ଗଳା ନଦୀ ମୁହାଣ ପର୍ଯ୍ୟନ୍ତ ମିନି ମାରାଥନ କରାଯାଇଥିଲା । ପ୍ରାୟ ତିନି ହଜାର ପ୍ରତିଯୋଗୀ ଏହି ମାରାଥନ୍‌ରେ ସାମିଲ୍‌ ହୋଇଥିଲେ ।