Categories
ଆଜିର ଖବର ଜାତୀୟ ଖବର

ଯୋଗୀ ଆଦିତ୍ୟନାଥଙ୍କ ଘରକୁ ବୋମାରେ ଉଡାଇବାକୁ ଧମକ : ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ବୋମା ପକାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଉଡାଇଦେବା ପାଇଁ ଧମକ ମିଳିଥିଲା । ଏକ ଅଜଣା କଲ୍‌ ଜରିଆରେ ଏହି ଧମକ ମିଳିଥିଲା । କଲ୍‌ ସେଣ୍ଟରକୁ ଫୋନ୍‌ କରାଯାଇ ଏହି ଧମକ ମିଳିବା ପରେ 5 କାଳିଦାସ ମାର୍ଗରେ ରହିଥିବା ଯୋଗୀଙ୍କ ଘରର ସୁରକ୍ଷା ବ୍ୟବସ୍ଥା ବଢାଯାଇଥିବା ବେଳେ ଏକ ମାମଲା ରୁଜୁ କରାଯାଇଥିଲା ।

ମେ 22 ତାରିଖରେ ଲକ୍ଷ୍ନୌ ପୋଲିସ୍‌ ହେଡକ୍ବାର୍ଟରକୁ ଫୋନ୍‌ କରି ଧମକ ଦେଇଥିବା ଅଭିଯୋଗରେ ଉତ୍ତରପ୍ରଦଦେଶ ପୋଲିସ୍‌ କମ୍‌ରାନ୍‌ ନାମକ ଜନୈକ ଯୁବକଙ୍କୁ ଗିରଫ କରିଛି । ଏହି 20 ବର୍ଷୀୟ ଯୁବକକୁ ଉତ୍ତର ପ୍ରଦେଶ ପୋଲିସ ମହାରାଷ୍ଟ୍ରର ନାସିକରୁ ଗିରଫ କରିଛି । (ଏଜେନ୍ସି)