Categories
ଆଜିର ଖବର

ନୀତିଶ୍‌-ସୁଶୀଲ୍‌ଙ୍କ ଇଫତାର୍‌ ପାର୍ଟିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୪ଟି ଫଟୋ ଶେୟାର କରିବା ସହିତ କଟାକ୍ଷ ମଧ୍ୟ କରି କହିଛନ୍ତି ଯେ – ଏଭଳି ଉତ୍ସବ ଯଦି ନବରାତ୍ରରେ ଆୟୋଜନ କରାଯାଇଥାନ୍ତା ତେବେ କେତେ ସୁନ୍ଦର ହୋଇଥାନ୍ତା। ଆମେ ନିଜ କର୍ମ-ଧର୍ମରେ ପଛୁଆ ହୋଇଯାଉଛେ ଓ ଦେଖାଇବାରେ ଆଗରେ ରହୁଛେ।’ ଗିରିରାଜଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି  ଇଫତାର୍‌ରେ ନୀତିଶ କୁମାର, ଜୀତନ୍‌ ରାମ ମାଝିଂ, ସୁଶୀଲ ମୋଦି ଏବଂ ରାମବିଳାସ ପାଶଓ୍ବାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମସ୍ତଙ୍କ ଫଟୋ ଶେୟାର କରିଛନ୍ତି ଗିରିରାଜ୍‌। ସୂଚନାଯୋଗ୍ୟ, ବିହାରରେ ଭାଜପା, ଜେଡିୟୁ ଏବଂ ଏଲଜେପି ମେଣ୍ଟ ସରକାର ଗଠନ କରିଛନ୍ତି।