Categories
ଆଜିର ଖବର

ଭାରତ – ପାକିସ୍ତାନ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଚୀନର ରଚନାତ୍ମକ ଭୂମିକା

ଫୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ  ମଧ୍ୟରେ ସମ୍ପର୍କ ଦିନକୁ ଦିନ ବହୁତ ଖରାପ ହେବାରେ ଲାଗିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ସ୍ବାଭାବିକ ସମ୍ପର୍କକୁ ଫେରାଇ ଆଣିବା ଦିଗରେ ଚୀନ୍‌ ଲାଗିପଡିଛି । ଏପରିକି ସେ ଭାରତ ସହ ଏହି ବିଷୟରେ କଥାବାର୍ତ୍ତା କରିବାକୁ ମଧ୍ୟ ରାଜି ହୋଇଥିବା ଜଣାଯାଇଛି । ପାକିସ୍ତାନରେ ଦ୍ବିଦିବସୀୟ ଗସ୍ତ କରି ଚୀନ୍‌ର ଉପ ବିଦେଶ ମନ୍ତ୍ରୀ କୋଙ୍ଗ୍‌ ଶୁ ଆନ୍ୟୁ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ପୁର୍ବାବସ୍ଥାକୁ ଫେରାଇ ଆଣିବାକୁ ଚୀନ୍‌ ଚେଷ୍ଟିତ ରହିଛି । ସବୁ ଦେଶର ପ୍ରଭୁତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରାଯିବା ସହିତ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧର ମାନକକୁ ମଧ୍ୟ ପାଳନ କରିବା ଆବଶ୍ୟକ ।  ଏହି ଅବସରରେ ଚୀନ୍‌ର ଉପ ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯେପରିକି ସ୍ଥିତି ଆହୁରି ଜଟିଳମୟ ହେବ । ଦୁଇ ଦେଶ ଯେତ ଶୀଘ୍ର ଦୁହିଁଙ୍କ ସହ ବାର୍ତ୍ତାଳାପ କରିବାକୁ ଆଗେଇ ଆସିବେ ଦୁଇ ଦେଶ ମଧ୍ୟରେ କ୍ଷେତ୍ରୀୟ ଶାନ୍ତି ତଥା ସ୍ଥିରତା ବଜାୟ ରହିବ । ଏଥିପାଇଁ ଦୁହେଁ ମିଶି ନିଷ୍ପତ୍ତି ନେବା ଉଚିତ୍‌ । ଚୀନ୍‌ର ଉପବିଦେଶ ମନ୍ତ୍ରୀ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୈସୀ ଓ ସେନା ପ୍ରମୁଖ ଜେନରାଲ୍‌ କମର ଜାଭେଦ ବାଜ୍‌ଓ୍ବାଙ୍କ ସହ ସାକ୍ଷା କରିଛନ୍ତି । ସେ ଏହି ଅବସରରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଚୀନ୍‌ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତାକୁ ଅଗ୍ରାଧିକାର ଦେଉଛି, ଭାରତ ଓ ପାକିସ୍ତାନ ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଭାବ ରଖିବା ଦିଗରେ ସେ ଆଶା ବ୍ୟକ୍ତ କରିଛନ୍ତି ।