Categories
ଆଜିର ଖବର

ନାଇଜେରିଆ ଉପକୂଳରେ ଅପହୃତ 18 ଭାରତୀୟ ମୁକ୍ତ

ନୂଆଦିଲ୍ଲୀ, 23/12 : ନାଇଜେରିଆ ଉପକୂଳରେ ଅପହୃତ 18 ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ହଂକଂରୁ ଯାଉଥିବା ଏକ ଜାହାଜରେ ରହିଥିବା ଭାରତୀୟଙ୍କୁ ନାଇଜେରିଆର ଜଳଦସ୍ୟୁ ମାନେ ଡିସେମ୍ବର 3 ତାରିଖରେ ଅପହରଣ କରି ନେଇଥିଲେ । ବୋନ୍ନି ଦ୍ବିପପୁଞ୍ଜ ପର୍ଯ୍ୟନ୍ତ ଏହି ଜାହାଜଟି ଯାଉଥିଲା । ଜାହାଜ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ମୁକ୍ତି ଖବର ସ୍ପଷ୍ଟ କରାଯାଇଛି । ସମୁଦାୟ 19 ଜଣଙ୍କୁ ଅପହରଣ କରାଯାଇଥିବା ବେଳେ 18 ଜଣ ଭାରତୀୟ ଏବଂ ଜଣେ ହଂକଂ ନାଗରିକ ରହିଥିଲା । ନାଇଜେରିଆ ସରକାରଙ୍କ ପକ୍ଷରୁ ଅପହରଣକାରୀଙ୍କ ସହିତ ଆଲୋଚନା ଜାରି ରଖିଥିବା ବେଳେ ସୋମବାର ଜଳଦସ୍ୟୁ ମାନେ ମୁକ୍ତ କରିଛନ୍ତି । (ଏଜେନ୍ସୀ)