Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ କରୋନା

ଜୟପୁର : କରୋନା ସଂକ୍ରମଣ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଏହି ମହାମାରୀ କବଳରେ ସାଧାରଣ ଲୋକଙ୍କ ଠାରୁ ଦୁନିଆର ବଡ ବଡ ନେତା, ଅଭିନେତାମାନେ ମଧ୍ୟ ଏହା କବଳରେ ପଡୁଛନ୍ତି । ନିକଟରେ ବହୁ କେନ୍ଦ୍ର ମନ୍ତ୍ରୀମାନେ ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବାବେଳେ  ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ସୂଚନା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍‌ ମହାନ୍ତି ଶନିବାର ଅର୍ଥାତ୍‌ ଅଗଷ୍ଟ 15 ତାରିଖ ଦିନ ସକାଳୁ ସ୍ୱାଧୀନତା ଦିବସ ଅବସରରେ ହାଇକୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ । ବୃକ୍ଷରୋପଣ କରି ମହାଭିଯାନ ଆରମ୍ଭ କରିଥିଲେ । ଏହି ଅବସରରେ ହାଇକୋର୍ଟର ଅନ୍ୟ ବିଚାରପତି ଓ କର୍ମଚାରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ମୁଖ୍ୟ ବିଚାରପତି କରୋନାରେ ଆକ୍ରାନ୍ତ ହେବା ପରେ ଗତକାଲି ଉତ୍ସବରେ ଯୋଗଦାନ କରିଥିବା ସମସ୍ତ ଅତିଥି ତଥା ବ୍ୟକ୍ତିବିଶେଷଙ୍କୁ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । (ଏଜେନ୍ସି)