Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ମଙ୍ଗଳବାର ଦିନ ଏକ ବଡ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଭାରତୀୟ ରେଳବାଇ ପକ୍ଷରୁ ଏହାର ୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବ । ବିଭିନ୍ନ ଯାତ୍ରୀବାହୀ ଟ୍ରେନ୍‌ର ବଗି ଗୁଡିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯିବ । ଏହା ଦ୍ୱାରା ପ୍ରାୟ ୩.୨ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଉଥିବା ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ସମସ୍ତ ରେଳବାଇ ଜୋନ୍‌ରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏନେଇ ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସହିତ ଆଲୋଚନା ଚାଲିଥିବା କୁହାଯାଇଛି ।