Categories
ଆଜିର ଖବର ରାଜ୍ୟ ଖବର

ପଣସ ବୋଝେଇ ଗାଡିରୁ 73 କିଗ୍ରା ଗଞ୍ଜେଇ ଜବତ

ଭୁବନେଶ୍ବର : ଲକ୍‌ଡାଉନ୍‌ କାରଣରୁ ନିଶାଦ୍ରବ୍ୟ ଚାଲାଣର ନୂଆ ରାସ୍ତା ବାହାର କରୁଛନ୍ତି ଚୋରାଚାଲାଣ କାରୀ । କିଛି ଦିନ ପୂର୍ବରୁ ପରିବା ଟ୍ରକ୍‌ରୁ ମଦ ଜବତ କରାଯାଇଥିବା ବେଳେ ଆଜି ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳର ଖରିଆର ଅଞ୍ଚଳରେ ଏହି ଘଟଣା ଘଟିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ଚଢାଉ କରିବା ସହିତ 73 କିଗ୍ରା ଗଞ୍ଜେଇ ଏବଂ ଗାଡି ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି ।

Categories
ଆଜିର ଖବର ଜୀବନ ଶୈଳୀ ବିଶେଷ ଖବର

ଫଳରୁ ଚାର୍ଜ ହେବ ମୋବାଇଲ୍‌!

ନୂଆଦିଲ୍ଲୀ : ଫଳରୁ ଚାର୍ଜ ହେବ ମୋବାଇଲ୍‌ । ଶୁଣିବାକୁ ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଏହା ସତ । ସିଡ୍‌ନୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ କରାଯାଇଥିବା ଏକ ପରୀକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଡୁରିଆନ୍‌ ଏବଂ ପଣସ ପରି ଫଳର ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇ ବିଭିନ୍ନ ଇଲେକ୍ଟ୍ରୋନିକ୍‌ ଉପକରଣ ଯେପରିକି ମୋବାଇଲ୍‌, ଲାପ୍‌ଟପ୍‌ ଏବଂ ଟାବ୍‌ଲେଟ୍‌ ପ୍ରଭୃତିକୁ କ୍ଷଣକରେ ଚାର୍ଜ କରାଯାଇପାରିବ । ଏହି ଫଳର ବର୍ଜ୍ୟବସ୍ତୁକୁ ସୁପର କାପାସିଟରରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି ସହକାରୀ ପ୍ରଫେସର ଭିନ୍‌ସେଣ୍ଟ ଗୋମ୍‌ସ । କେବଳ ଫଳ ନୁହେଁ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ସୁପର୍‌ କାପାସିଟରରେ ପରିଣତ କରିବା ପାଇଁ ପରୀକ୍ଷଣ ଜାରି ରଖିଛନ୍ତି । ଏହି ସୁପର୍‌ କାପାସିଟର୍‌ ଦ୍ବାରା ସମସ୍ତ ବୈଦ୍ୟୁତିକ ଉପକରଣ ସହଜରେ ଚାର୍ଜ ହୋଇଥାଏ ।

ସୁପର କାପାସିଟର୍‌ କଣ : ସୁପର କାପାସିଟର ହେଉଛି ଏକ ଶକ୍ତି ସଂରକ୍ଷକ ଯାହା ଏକ କ୍ଷୁଦ୍ର ବ୍ୟାଟେରୀରେ ଅଧିକ ଚାର୍ଜ ସଂରକ୍ଷିତ ରଖିଥାଏ । ବର୍ତ୍ତମାନ ବଜାରରେ କାର୍ବନ ସୁପର କାପାସିଟର ଉପଲବ୍ଧ ହେଉଛି ମାତ୍ର ଗୋମ୍‌ସଙ୍କ ମତରେ ଡୁରିଆନ୍‌ ଏବଂ ପଣସ ପରି ଫଳରୁ ନିର୍ମିତ ସୁପର କାପାସିଟର ଅଧିକ କାର୍ଯ୍ୟକ୍ଷମ । କାର୍ବନ ପରି ଏହା ରାସାୟନିକ ପଦାର୍ଥ ନୁହେଁ ତେଣୁ ପରିବେଶ ଉପରେ ମଧ୍ୟ ଏହାର କୌଣସି କୁପ୍ରଭାବ ପଡିନଥାଏ ବୋଲି ଗୋମ୍‌ସ ପ୍ରକାଶ କରିଛନ୍ତି ।