Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପାକିସ୍ତାନରେ ନିର୍ବାଚନ ପୂର୍ବରୁ ପିଟିଆଇକୁ ଝଟକା: ଦଳର ମୁଖ୍ୟ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ପ୍ରତିଷ୍ଠାତା ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ଖବରକାଗଜ ‘ଡନ୍’ର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନଙ୍କ ବ୍ୟତୀତ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ସମାନ ବର୍ଷ ଦଣ୍ଡିତ କରାଯାଇଛି। ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଗଠିତ ସ୍ୱତନ୍ତ୍ର କୋର୍ଟ ଉଭୟ ନେତାଙ୍କ ବିରୋଧରେ ଏହି ନିଷ୍ପତ୍ତି ଦେଇଛନ୍ତି।

ପଡୋଶୀ ଦେଶରେ ଏହି ଘଟଣାକ୍ରମ ଦେଖିବାକୁ ମିଳିଛି ଯେଉଁ ସମୟରେ ଫେବୃଆରୀ ୮ ତାରିଖ ୨୦୨୪ ରେ ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ​​ଅନେକ ଚ୍ୟାଲେଞ୍ଜ ମଧ୍ୟରେ ଇମ୍ରାନ ଖାନଙ୍କ ଦଳ ନିଶ୍ଚିତ ଭାବେ ଏହାର ଗତି କରୁଛି। କୌତୁହଳର ବିଷୟ ହେଉଛି ବର୍ତ୍ତମାନ ସମୟରେ ତାଙ୍କର ନିର୍ବାଚନ ଚିହ୍ନ ମଧ୍ୟ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ, ଜାମୁଝରି ପରିସରରେ ଆଇନ ସହାୟତା ପ୍ରକୋଷ୍ଠ ଉଦ୍‌ଘାଟିତ

ଭୁବନେଶ୍ୱର: ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଆଇନ ସହାୟତା ପ୍ରକୋଷ୍ଠ ଏବଂ ଗାଡ଼ି ଚାଳନା ପ୍ରଶିକ୍ଷଣ କେନ୍ଦ୍ର ଶୁଭାରମ୍ଭ ହୋଇଛି। ଏହାକୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି-ତଥା- ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟର୍ନିବାହୀ ଅଧ୍ୟକ୍ଷ ମାନ୍ୟବର ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରିଛନ୍ତି।

ଉକ୍ତ ଆଇନସେବା ସହାୟତା ପ୍ରକୋଷ୍ଠ ମାଧ୍ୟମରେ ଅନ୍ତେବାସୀମାନେ ବିନାମୂଲ୍ୟରେ ଆଇନଗତ ସେବା, ସାହାଯ୍ୟ ଓ ପରାମର୍ଶ ପାଇପାରିବେ। ସେମାନଙ୍କୁ ସହାୟତା କରିବା ପାଇଁ ଆଇନଜୀବୀ ଓ ଆଇନ ସହାୟତା କର୍ମୀଙ୍କୁ ପ୍ରାଧିକରଣ ପକ୍ଷରୁ ନିଯୁକ୍ତି ଦିଆଯାଇଛି।

ପ୍ରକାଶଯୋଗ୍ୟ ଯେ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକ ଏବଂ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ଖୋର୍ଦ୍ଧାଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥି ସହ ଅନ୍ତେବାସୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏକ ମାଗଣା ଗାଡ଼ିଚାଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଉଦ୍‌ଘାଟିତ ହୋଇଛି। ବନ୍ଦୀ ଜୀବନ ଅତିବାହିତ ପରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ଏକ ସମ୍ମାନଜନକ ଜୀବନଯାପନ ପାଇଁ ଅନ୍ତେବାସୀମାନଙ୍କ ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ଅବସରରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟାର ଜେନେରାଲ୍‌ ଶ୍ରୀ ପ୍ରତାପ କୁମାର ପାତ୍ର, ଆଇନ ବିଭାଗ ମୁଖ୍ୟ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, କାରା ମହାନିର୍ଦ୍ଦେଶକ ଶ୍ରୀ ଅମ୍ରିତ୍‌ ମୋହନ ପ୍ରସାଦ, ଅତିରକ୍ତ କାରା ମହାନିର୍ଦ୍ଦେଶକ ଶ୍ରୀ ଅମିତାଭ ଠାକୁର, କାରା ଡିଆଇଜି ଶ୍ରୀ ଗରିବ ସାହୁ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ, ସହସଚିବ ଶ୍ରୀ ସୃଜନ ସାରସ୍ୱତ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂ, ପ୍ରୋଟୋକଲ ଅଫିସର ଶ୍ରୀ ସୂର୍ଯ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହନିମୁନ୍‌ରେ ଯିବାକୁ ଚାହୁଁଥିଲେ କୁଲୁ ମନାଲି, କିନ୍ତୁ ପହଞ୍ଚିଲେ ତିହାର୍‌ ଜେଲ୍‌ରେ

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ହନିମୁନ୍‌ରେ କୁଲୁ ମନାଲି ଯିବାକୁ ଚାହୁଁଥିଲେ, କିନ୍ତୁ ପହଞ୍ଚିଲେ ତିହାର ଜେଲ୍‌ରେ । ପୋଲିସ୍‌ ଏକ ବାହାନ ଚୋରି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ହନିମୁନ୍‌ ପାଇଁ ଏକ ଲକ୍‌ଜ୍ୟୁରି କାର୍‌ ଚୋରି କରିଥିବାର ସୂଚନା ରହିଛି । ଅଭିଯୁକ୍ତ ଜଣକ ଏକ ହୋଣ୍ଡା ସିଟି କାର୍‌ ଚୋରି କରିଥିବାବେଳେ ତାକୁ ବିକ୍ରି କରି କୁଲୁ ମନାଲି ଯାଇ ହନିମୁନ୍‌ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ତାହା ପୂର୍ବରୁ ସେ ପୋଲିସ୍‌ ହାତରେ ଧରାପଡି ଯାଇଥିଲେ । ଅଭିଯୁକ୍ତ ଜଣକ 15 ଦିନ ପୂର୍ବରୁ ବିବାହ କରିଥିଲେ । ଅଭିଯୁକ୍ତଙ୍କ ସହ ପୋଲିସ୍‌ ଜଣେ ନାବାଳକ ମଧ୍ୟ ଗିରଫ କରିଛି । ଅଭିଯୁକ୍ତଙ୍କ ପାଖରୁ ହୋଣ୍ଡା ସିଟ୍‌ କାର୍‌ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ଖାୟାଲା ଥାନା ପୋଲିସ୍‌କୁ ଦୁଇ ଚୋର ଏକ ଗାଡି ବିକ୍ରି କରିବା ପାଇଁ ଆସୁଥିବାର ପୂର୍ବରୁ ଖବର ମିଳିଥିଲା । ଉକ୍ତ ଗାଡି ଚୋରି ହୋଇଥିବାର ରିପୋର୍ଟ କିଛି ଦିନ ପୂର୍ବରୁ ଖୟାଲ୍‌ ଥାନାରେ କରାଯାଇଥିଲା । ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌କୁ ନିୟୋଜିତ କରିଥିଲେ । ଗୁରୁତାର ଦିନ ଆରୋପୀ ଗାଡି ବିକ୍ରି କରିବା ପାଇଁ ହିସାବ ପତ୍ର କରିସାରିବା ପରେ ଉପଯୁକ୍ତ ସ୍ଥାନରେ ପହଞ୍ଚିଲା । ସେଠାରେ ପୋଲିସ୍‌କୁ ଦେଖି ଅଭିଯୁକ୍ତ ଜଣକ ଦୌଡି ପଳାଉଥିବାବେଳେ ପୋଲିସ ତାକୁ ଧରି ପକାଇଥିଲା ।

ପୋଲିସ୍‌ ଅଭିଯୁକ୍ତକୁ ଜେରା କରିବା ପରେ ମାତ୍ର 15 ଦିନ ପୂର୍ବରୁ ସେ ବିବାହ କରିଥିବାର କଥା କହିଥିଲା । ନିଜ ପତ୍ନୀଙ୍କ ସହିତ କୁଲୁ ମନାଲି ଯାଇ ହନିମୁନ୍‌ କରିବାର ଯୋଜନା କରିଥିଲା । ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବାରୁ ସେ ଗାଡି ଚୋରି କରିବାର ଯୋଜନା କରି ଗାଡି ଚୋରି କରିଥିଲା । ତେବେ ଗାଡି ଚୋରି କରିସାରିବା ପରେ ଏହାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲା । କିନ୍ତୁ ତା’ ପୂର୍ବରୁ ପୋଲିସ୍‌ ତାକୁ ଧରିନେଲା । ଅଭିଯୁକ୍ତ ପାଖରୁ ପୋଲିସ୍‌ ଏକ ମୋବାଇଲ୍‌ ଫୋନ୍‌, ଛୁରୀ ଓ ତିଲକ୍‌ ନଗରରୁ ଚୋରି କରିଥିବା ଏକ ସ୍କୁଟି ଜବତ କରିଛି । (ଏଜେନ୍ସି)

Categories
ବିଶେଷ ଖବର ମତାମତ

ପି.ଚିଦାମ୍ବରମଙ୍କ ଗିରଫକୁ ନେଇ ସୋସିଆଲ ମିଡିଆରେ ଅଦ୍ଭୁତ କାର୍ଟୁନ ସହିତ ଥଟ୍ଟା ପରିହାସ, ଫଟୋ ହେଉଛି ଭାଇରାଲ

ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ହେଲେ ସୋସିଆଲ ମିଡିଆରେ ଏ ନେଇ ବଡ ରୋଚକ ତଥା ଅଦ୍ଭୁତ କମେଟ ସହ ଫଟୋ ପ୍ରକାଶିତ ହୋଇଛି। ଆଶ୍ଚର୍ଯ୍ୟର କଥା ଗତକାଲି ଚିଦାମ୍ବରମ ଗିରଫ ହେବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ କାର୍ଟୁନ ପ୍ରକାଶିତ ହୋଇଛି। ଅନେକ ବିଭିନ୍ନ ପରିସ୍ଥିତିର ଭିନ୍ନ ଭିନ୍ନ ଫଟୋକୁ ଚିଦାମ୍ବରମଙ୍କ ଗିରଫ ସହିତ ଯୋଡି ଏକ ଥଟ୍ଟା ପରିହାସ କରିଛନ୍ତି ଏହି ସୋସିଆଲ ମିଡିଆ ବ୍ୟବହାରକାରୀ। ସେ ଭିତରୁ କିଛି ଅଦ୍ଭୁତ ଫଟୋ ଏପରି ରହିଛି।

ଚିଦାମ୍ବରମଙ୍କୁ ଘରୁ ସିବିଆଇ ଟେକି ନେବା ପରେ ପରେ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋଟିରେ ଜେଲ ଇଫେକ୍ଟ ଦେଇ ଛାଡିଛନ୍ତି
ଚିଦାମ୍ବରମକୁ ସିବିଆଇ ନେବା ପରେ ପରେ ବିଜେପିର ବରିଷ୍ଠ ନେତା ସୁବ୍ରମଣମ୍ୟ ସ୍ବାମୀଙ୍କ ଅଲଗା ସମୟର ଫଟୋକୁ ସୋସିଆଲ ମିଡିଆରେ ସାମିଲ କରି ସେ କେତେ ଖୁସି ଅଛନ୍ତି ବୋଲି ପ୍ରତିପାଦନ କରାଯାଇଛି।
ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଛି। କାରଣ ୨୦୧୦ ମସିହାରେ ଅମିତ ସାହା ଯେତେବେଳେ ଗୁଜୁରାଟର ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା। ସେ ସମୟରେ କେନ୍ଦ୍ରରେ ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ବରମ
ଏହି ଫଟୋଟି ମଧ୍ୟ ୨୦୧୦ ମସିହାରେ ଚିତାମ୍ବରମ କିପରି ଗୃହମନ୍ତ୍ରୀ ଥିବା ବେଳେ ଅମିତ ସାହା ଗିରଫ ହୋଇଥିବା ବେଳେ ୨୦୧୯ କିପରି ଅମିତ ସାହା ଗୃହମନ୍ତ୍ରୀ ବେଳେ ଚିଦାମ୍ବରମ ଗିରଫ ହୋଇଛନ୍ତି ତାାହା ସୂଚାଇ ଦେଉଛି
ଏହି କାର୍ଟୁନଟି ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ଏହା ସୂଚାଇ ଦେଉଛି ଯେ, ଚିଦାମ୍ବରମ ଗିରଫ ହେବା ପରେ ଦେଶର ପ୍ରମୁଖ ସାମ୍ବାଦିକମାନେ କିପରି ଖୁସିରେ ନାଚିଯାଉଛନ୍ତି। ଫଟୋକୁ ଏଡ଼ିଟ୍ କରି ଏକ କାର୍ଟୁନ ତିଆରି କରାଯାଇଛି।
ଏହାକୁ ମଧ୍ୟ ଏକ ଚଳଚିତ୍ରର ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ପ୍ରସାରିତ କରାଯାଇଛି।

Photos- Different Social Media