ହନିମୁନ୍‌ରେ ଯିବାକୁ ଚାହୁଁଥିଲେ କୁଲୁ ମନାଲି, କିନ୍ତୁ ପହଞ୍ଚିଲେ ତିହାର୍‌ ଜେଲ୍‌ରେ

Published: Aug 1, 2020, 1:03 pm IST

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ହନିମୁନ୍‌ରେ କୁଲୁ ମନାଲି ଯିବାକୁ ଚାହୁଁଥିଲେ, କିନ୍ତୁ ପହଞ୍ଚିଲେ ତିହାର ଜେଲ୍‌ରେ । ପୋଲିସ୍‌ ଏକ ବାହାନ ଚୋରି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ହନିମୁନ୍‌ ପାଇଁ ଏକ ଲକ୍‌ଜ୍ୟୁରି କାର୍‌ ଚୋରି କରିଥିବାର ସୂଚନା ରହିଛି । ଅଭିଯୁକ୍ତ ଜଣକ ଏକ ହୋଣ୍ଡା ସିଟି କାର୍‌ ଚୋରି କରିଥିବାବେଳେ ତାକୁ ବିକ୍ରି କରି କୁଲୁ ମନାଲି ଯାଇ ହନିମୁନ୍‌ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ତାହା ପୂର୍ବରୁ ସେ ପୋଲିସ୍‌ ହାତରେ ଧରାପଡି ଯାଇଥିଲେ । ଅଭିଯୁକ୍ତ ଜଣକ 15 ଦିନ ପୂର୍ବରୁ ବିବାହ କରିଥିଲେ । ଅଭିଯୁକ୍ତଙ୍କ ସହ ପୋଲିସ୍‌ ଜଣେ ନାବାଳକ ମଧ୍ୟ ଗିରଫ କରିଛି । ଅଭିଯୁକ୍ତଙ୍କ ପାଖରୁ ହୋଣ୍ଡା ସିଟ୍‌ କାର୍‌ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ଖାୟାଲା ଥାନା ପୋଲିସ୍‌କୁ ଦୁଇ ଚୋର ଏକ ଗାଡି ବିକ୍ରି କରିବା ପାଇଁ ଆସୁଥିବାର ପୂର୍ବରୁ ଖବର ମିଳିଥିଲା । ଉକ୍ତ ଗାଡି ଚୋରି ହୋଇଥିବାର ରିପୋର୍ଟ କିଛି ଦିନ ପୂର୍ବରୁ ଖୟାଲ୍‌ ଥାନାରେ କରାଯାଇଥିଲା । ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌କୁ ନିୟୋଜିତ କରିଥିଲେ । ଗୁରୁତାର ଦିନ ଆରୋପୀ ଗାଡି ବିକ୍ରି କରିବା ପାଇଁ ହିସାବ ପତ୍ର କରିସାରିବା ପରେ ଉପଯୁକ୍ତ ସ୍ଥାନରେ ପହଞ୍ଚିଲା । ସେଠାରେ ପୋଲିସ୍‌କୁ ଦେଖି ଅଭିଯୁକ୍ତ ଜଣକ ଦୌଡି ପଳାଉଥିବାବେଳେ ପୋଲିସ ତାକୁ ଧରି ପକାଇଥିଲା ।

ପୋଲିସ୍‌ ଅଭିଯୁକ୍ତକୁ ଜେରା କରିବା ପରେ ମାତ୍ର 15 ଦିନ ପୂର୍ବରୁ ସେ ବିବାହ କରିଥିବାର କଥା କହିଥିଲା । ନିଜ ପତ୍ନୀଙ୍କ ସହିତ କୁଲୁ ମନାଲି ଯାଇ ହନିମୁନ୍‌ କରିବାର ଯୋଜନା କରିଥିଲା । ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବାରୁ ସେ ଗାଡି ଚୋରି କରିବାର ଯୋଜନା କରି ଗାଡି ଚୋରି କରିଥିଲା । ତେବେ ଗାଡି ଚୋରି କରିସାରିବା ପରେ ଏହାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲା । କିନ୍ତୁ ତା’ ପୂର୍ବରୁ ପୋଲିସ୍‌ ତାକୁ ଧରିନେଲା । ଅଭିଯୁକ୍ତ ପାଖରୁ ପୋଲିସ୍‌ ଏକ ମୋବାଇଲ୍‌ ଫୋନ୍‌, ଛୁରୀ ଓ ତିଲକ୍‌ ନଗରରୁ ଚୋରି କରିଥିବା ଏକ ସ୍କୁଟି ଜବତ କରିଛି । (ଏଜେନ୍ସି)

Related posts