Categories
ଅପରାଧ ଆଜିର ଖବର ଜାତୀୟ ଖବର

ହନିମୁନ୍‌ରେ ଯିବାକୁ ଚାହୁଁଥିଲେ କୁଲୁ ମନାଲି, କିନ୍ତୁ ପହଞ୍ଚିଲେ ତିହାର୍‌ ଜେଲ୍‌ରେ

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ହନିମୁନ୍‌ରେ କୁଲୁ ମନାଲି ଯିବାକୁ ଚାହୁଁଥିଲେ, କିନ୍ତୁ ପହଞ୍ଚିଲେ ତିହାର ଜେଲ୍‌ରେ । ପୋଲିସ୍‌ ଏକ ବାହାନ ଚୋରି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ହନିମୁନ୍‌ ପାଇଁ ଏକ ଲକ୍‌ଜ୍ୟୁରି କାର୍‌ ଚୋରି କରିଥିବାର ସୂଚନା ରହିଛି । ଅଭିଯୁକ୍ତ ଜଣକ ଏକ ହୋଣ୍ଡା ସିଟି କାର୍‌ ଚୋରି କରିଥିବାବେଳେ ତାକୁ ବିକ୍ରି କରି କୁଲୁ ମନାଲି ଯାଇ ହନିମୁନ୍‌ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ତାହା ପୂର୍ବରୁ ସେ ପୋଲିସ୍‌ ହାତରେ ଧରାପଡି ଯାଇଥିଲେ । ଅଭିଯୁକ୍ତ ଜଣକ 15 ଦିନ ପୂର୍ବରୁ ବିବାହ କରିଥିଲେ । ଅଭିଯୁକ୍ତଙ୍କ ସହ ପୋଲିସ୍‌ ଜଣେ ନାବାଳକ ମଧ୍ୟ ଗିରଫ କରିଛି । ଅଭିଯୁକ୍ତଙ୍କ ପାଖରୁ ହୋଣ୍ଡା ସିଟ୍‌ କାର୍‌ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ଖାୟାଲା ଥାନା ପୋଲିସ୍‌କୁ ଦୁଇ ଚୋର ଏକ ଗାଡି ବିକ୍ରି କରିବା ପାଇଁ ଆସୁଥିବାର ପୂର୍ବରୁ ଖବର ମିଳିଥିଲା । ଉକ୍ତ ଗାଡି ଚୋରି ହୋଇଥିବାର ରିପୋର୍ଟ କିଛି ଦିନ ପୂର୍ବରୁ ଖୟାଲ୍‌ ଥାନାରେ କରାଯାଇଥିଲା । ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌କୁ ନିୟୋଜିତ କରିଥିଲେ । ଗୁରୁତାର ଦିନ ଆରୋପୀ ଗାଡି ବିକ୍ରି କରିବା ପାଇଁ ହିସାବ ପତ୍ର କରିସାରିବା ପରେ ଉପଯୁକ୍ତ ସ୍ଥାନରେ ପହଞ୍ଚିଲା । ସେଠାରେ ପୋଲିସ୍‌କୁ ଦେଖି ଅଭିଯୁକ୍ତ ଜଣକ ଦୌଡି ପଳାଉଥିବାବେଳେ ପୋଲିସ ତାକୁ ଧରି ପକାଇଥିଲା ।

ପୋଲିସ୍‌ ଅଭିଯୁକ୍ତକୁ ଜେରା କରିବା ପରେ ମାତ୍ର 15 ଦିନ ପୂର୍ବରୁ ସେ ବିବାହ କରିଥିବାର କଥା କହିଥିଲା । ନିଜ ପତ୍ନୀଙ୍କ ସହିତ କୁଲୁ ମନାଲି ଯାଇ ହନିମୁନ୍‌ କରିବାର ଯୋଜନା କରିଥିଲା । ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବାରୁ ସେ ଗାଡି ଚୋରି କରିବାର ଯୋଜନା କରି ଗାଡି ଚୋରି କରିଥିଲା । ତେବେ ଗାଡି ଚୋରି କରିସାରିବା ପରେ ଏହାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲା । କିନ୍ତୁ ତା’ ପୂର୍ବରୁ ପୋଲିସ୍‌ ତାକୁ ଧରିନେଲା । ଅଭିଯୁକ୍ତ ପାଖରୁ ପୋଲିସ୍‌ ଏକ ମୋବାଇଲ୍‌ ଫୋନ୍‌, ଛୁରୀ ଓ ତିଲକ୍‌ ନଗରରୁ ଚୋରି କରିଥିବା ଏକ ସ୍କୁଟି ଜବତ କରିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍ ଘଟଣା : 9 ଆନ୍ତଃଜିଲ୍ଲା ଲୁଟେରା ଗିରଫ

ସମୀକ୍ଷା ବ୍ୟୁରୋ
ବ୍ରହ୍ମପୁର, 04/01: ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣାରେ ଗଞ୍ଜାମ ପୋଲିସ୍‌ 9 ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଗଞ୍ଜାମ ପୋଲିସ୍‌ ଏହି ରାକେଟ୍‌ର ପର୍ଦ୍ଦାଫାଶ କରିବା ସହିତ 9 ଜଣଙ୍କୁ ଗିରଫ କରିଛି । 9 ଜଣଙ୍କୁ ଗିରଫ କରାଯିବା ସହିତ ପୋଲିସ୍‌ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଖେଳଣା ବନ୍ଧୁକ ଏବଂ 16ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ 6ଟି ସିକ୍ସ ରାଉଣ୍ଡ ଗୁଳି, 4ଟି ଫୋର୍ ରାଉଣ୍ଡ ଗୁଳି, 4ଟି ଖାଲି ଖୋକା ଏବଂ ଏକ ଖଣ୍ଡା ଜବତ କରିଛି । ଏହା ସହିତ ପୋଲିସ୍‌ ଅଭିଯୁକ୍ତଙ୍କ ନିକଟରୁ 4ଟି ବାଇକ୍‌ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଯୋଗୀ ଗୌଡ, ଶିବରାମ ଦାସ, ସୁନିଲ ମହାନ୍ତି, ଅଶ୍ବିନୀ ଗୌଡ, ତନୁଜା ସ୍ବାଇଁ, ମନୋଜ ଗୌଡ, ଭାରତ ପ୍ରଧାନ, ସଞ୍ଜୟ ନାୟକ । ଏହା ବ୍ୟତିତ ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର 3 ତାରିଖରେ ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଫାଇନାନ୍ସ କର୍ମଚାରୀ ସୁଦାମ ଗୌଡ଼ ଇଣ୍ଡସଇଣ୍ଡ ବ୍ୟାଙ୍କରୁ ଟଙ୍କା ଉଠାଇ ଗ୍ରାମରେ ବଣ୍ଟନ କରିବାକୁ ଯାଉଥିବା ବେଳେ ତିନିଜଣ ଅଜଣା ଯୁବକ ଆସି ତାଙ୍କ ବାଇକ୍କୁ ଲାତ ମାରି ବନ୍ଧୁକ ଦେଖାଇ 1 ଲକ୍ଷ 22ହଜାର ଟଙ୍କା ଲୁଟି ନେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଗମ୍ଭାରୀମୁଣ୍ଡା ତିନୋଟି ମନ୍ଦିରରୁ ବଡଧରଣର ଚୋରି

ସମୀକ୍ଷା ବ୍ୟୁରୋ
ବାଣପୁର, ୨୯/୧୨: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପଞ୍ଚାୟତର ତିନି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ କେହି ଦୁର୍ବୃତ୍ତ ତିନି ମନ୍ଦିରରୁ ଚୋରି କରିଥିବା ଜଣାପଡିଛି। ଘାସେଡିହ ଗ୍ରାମର ରାମଚଣ୍ଡୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ବେଳେ ଗମ୍ଭାରୀମୁଣ୍ଡା ତାରିଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ସୂଚନା ମିଳିଛି। ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ୪୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

ଅଭିଯୋଗ ଅନୁଯାୟୀ, ରାମଚଣ୍ଡୀ ମନ୍ଦିରରୁ ସୁନାର ମଙ୍ଗଳସୂତ୍ର, ସୁନାର ଚିତଉ, ସୁନାର ଧାନମାଳି ସମେତ ରୂପାର କିରଟ ଏବଂ ୧୦୦ ଗ୍ରାମର ବେଲପତ୍ର ମାଳ ଚୋରି ହୋଇଛି। ଅପର ପକ୍ଷରେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭଙ୍ଗାଯାଇ ହୁଣ୍ଡିରେ ରହିଥିବା ସମସ୍ତ ଅର୍ଥରେ କଳାକନା ବୁଲାଇଛନ୍ତି ଲୁଟେରା। ଏହି ଦୁଇ ମନ୍ଦିର ସହିତ ଗମ୍ଭାରୀମୁଣ୍ଡା ବଜାର ମଝିରେ ଅବସ୍ଥିତ ତାରିଣୀ ମନ୍ଦିରରୁ ମଧ୍ୟ ବହୁ ଅଳଙ୍କାର ଲୁଟ ହୋଇଛି। ସ୍ଥାନୀୟ ଗ୍ରାମବାସୀ  ବାଣପୁର ଥାନାରେ ଅଭିଯୋଗ କରିବା ପରେ ବାଣପୁର ଥାନାର ନିର୍ଦ୍ଦେଶ କ୍ରମେ ଗମ୍ଭାରୀମୁଣ୍ଡା ଫାଣ୍ଡି ଥାନାଧିକାରୀ ମୁରଲୀଧର ବଳିଆରସିଂହ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି।

ରିପୋର୍ଟର : ସୀତାରମ ଅଗ୍ରଓ୍ବାଲ

Categories
ଆଜିର ଖବର

25 ଲକ୍ଷର ସୁନା ଲୁଟ୍‌

ରାଜଧାନୀରେ ବଡ ଧରଣର ଲୁଟ୍ ହୋଇଛି।  ଭୁବନେଶ୍ବରର ଆଇଡି ମାର୍କେଟ୍‌ରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟ୍‌ ହୋଇଛି।ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ଗହଣା ଦୋକାନ ଆଗରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟି ନେଇଛନ୍ତି ଲୁଟେରା। ସୁନା ଭର୍ତ୍ତି ବ୍ୟାଗକୁ ତଳେ ରଖି ଗହଣା ଦୋକାନୀ ଦୋକାନରେ ତାଲା ପକାଉଥିବା ବେଳେ ଲୁଟେରାମାନେ ଏହାକୁ ନେଇ ଚମ୍ପଟ ମାରିଥିଲେ। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏନେଇ ନୟାପଲ୍ଲୀ ଥାନାରେ ଜୁଏଲାରୀ ଦୋକାନର ମାଲିକ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ଜଣାପଡିଛି।