Categories
ଆଜିର ଖବର ରାଜ୍ୟ ଖବର

ଯାଜପୁର, ଭଦ୍ରକ ଓ ବାଲେଶ୍ବର ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ଘୋଷଣା

ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି।  ଭଦ୍ରକ, ବାଲେଶ୍ବର, ଯାଜପୁରରେ କରୋନା ସ୍ଥିତି ଚିନ୍ତାଜନକ ରହିଥିବାରୁ ଆଜି ମୁଖ୍ୟ ଶାସନ ସଚିବ ଏହି ତିନୋଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ର ଘୋଷଣା କରିଛନ୍ତି। ଏହି ତିନୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି। ଆଜି ରାତ୍ରି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି।

ଏହି ସଟ୍‌ ଡାଉନ୍‌ ପାଇଁ ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ପୂର୍ବରୁ ଥରେ ଭଦ୍ରକ ସଟ୍‌ ଡାଉନ୍‌ ହୋଇଥିଲା।୫ ଦିନରେ ଏହି ତିନୋଟି ଜିଲ୍ଲାରୁ ୨୮ଟି ପଜିଟିଭ୍‌ ମିଳିଥିବାରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍‌ ଚିନ୍ତା ବଢାଉଥିବାବେଳେ ଦରକାର ପଡ଼ିଲେ ସମ୍ପୂର୍ଣ୍ଣ ସୀମା ସିଲ୍‌ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସଟ୍‌ ଡାଉନ୍‌ ବେଳେ କଣ୍ଟାକ୍ଟ ଟ୍ରେସିଂ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି  ମୁଖ୍ୟଶାସନ ସଚିବ।

ଆଜି ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ସଂଖ୍ୟା ୮୯କୁ ବୃଦ୍ଧି ହୋଇଛି। ଏହି ଛଅ ଜଣଙ୍କ ମଧ୍ୟରୁ ୪ ଜଣ ଯାଜପୁରର ହୋଇଥିବାବେଳେ ବାଲେଶ୍ବରର ଦୁଇଜଣ ରହିଛନ୍ତି।