Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କ୍ୟୁବା ଏବଂ ଜାମାଇକାରେ 7.7 ତୀବ୍ରତାର ଭୂକମ୍ପ, ସୁନାମି ସତର୍କ ସୂଚନା

ନୂଆଦିଲ୍ଲୀ : କ୍ୟୁବା ଏବଂ ଜାମାଇକାରେ ଏକ 7.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗତକାଲି ରାତି 12.40 ମିନିଟ୍‌ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହା ସହିତ କ୍ୟୁବା, ଜାମାଇକା ଏବଂ କାରିବିଆନ୍‌ ଅଞ୍ଚଳ ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପର କେନ୍ଦ୍ର ସ୍ଥଳ ଜାମାଇକାର ଲୁସିଆରୁ 125 କିମି ଦୂରରେ ରହିଥିଲା । ଭୂକମ୍ପର 300 କିମି ପରିସୀମା ପର୍ଯ୍ୟନ୍ତ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ହଓ୍ବାଇ ସ୍ଥିତ ସୁନାମି ସତର୍କ ସୂଚନା କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପ ପ୍ରଭାବରେ ଏକାଧିକ ଘର ଭାଙ୍ଗିଥିଲେ ମଧ୍ୟ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।