Categories
ଆଜିର ଖବର ଜାତୀୟ ଖବର

ନୀତିଶ୍‌ଙ୍କ ନେତୃତ୍ବରେ ବିହାରରେ ନିର୍ବାଚନ ଲଢିବ ବିଜେପି : ଅମିତ୍‌ ଶାହା

ବିହାର : ସମ୍ପ୍ରତି ବିଜେପିର ସହଯୋଗୀ ଦଳମାନଙ୍କ ସହ ବିଜେପିର ସମ୍ପର୍କ ଏବେ ଟିକେ ଠିକ୍‌ ରହୁନଥିବାରୁ ବିଜେପି-ଜେଡେୟୁରେ ଫାଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଅମିତ୍‌ ଶାହା ପୁଣିଥରେ ବିହାରରେ ନୀତିଶ୍‌ଙ୍କ ନେତୃତ୍ବରେ ନିର୍ବାଚନ ଲଢିବାର ସୂଚନା  ଏହି ଦୁଇ ଦଳ ମଧ୍ୟରେ ସମ୍ପର୍କ ପୂର୍ବବତ୍‌ ସୁଦୃଢ ରହିଛି ବୋଲି ପ୍ରମାଣିତ କରିଛି। ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍‌ ଶାହ ଆଜି ବିହାରର ବୈଶାଳୀଠାରେ  ହୋଇଥିବା ଏକ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କ ନେତୃତ୍ବରେ ବିହାରରେ  ଏନଡିଏ ନିର୍ବାଚନ ଲଢିବ ବୋଲି କହିଛନ୍ତି । ସେହିପରି ନାଗରିକତା ଆଇନକୁ ନେଇ ଶାହା କହିଛନ୍ତି ଯେ, ଏହି ଆଇନ୍‌ ନାଗରିକତା ଦେବା ପାଇଁ ରହିଛି,  କାହାର ନାଗରିକତା ଛଡାଇବା ପାଇଁ ନୁହେଁ। ସେହିପରି ଏହି ଆଇନ୍‌କୁ ନେଇ ରାହୁଲ୍‌, ଲାଲୁ ଓ ମମତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଶାହା । ସିଏଏକୁ ନେଇ ଏମାନେ ସମସ୍ତେ ଦେଶବାସୀଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଶାହା। (ଏଜେନ୍ସି)