Categories
ଆଜିର ଖବର

ବିଦ୍ୟୁତ୍‌ ଜାମଓ୍ବାଲ୍‌ଙ୍କ ‘ଜଙ୍ଗ୍‌ଲୀ’ର ଟ୍ରେଲର୍‌ ରିଲିଜ୍‌

ବିଦ୍ୟୁତ୍‌ ଜାମଓ୍ବାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗ୍‌ଲୀର’ ଟ୍ରେଲର୍‌’ ଆଜି ରିଲିଜ୍‌ ହୋଇଛି । ପୂର୍ବରୁ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌ ହୋଇଥିଲା । ହଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍‌ ରସେଲ୍‌ ଏହାର ନିର୍ଦ୍ଦେଶନା ଭାର ବହନ କରୁଥିବାବେଳେ ଭିନୀତ୍‌ ଜୈନ୍‌ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି । ଏଥିରେ ବିଦ୍ୟୁତ୍‌ଙ୍କ ବ୍ୟତୀତ ପୂଜା ସାଓ୍ବନ୍ତ ଓ ଆଶା ଭଟ୍ଟ, ଅତୁଲ୍‌ କୁଲ୍‌କର୍ଣ୍ଣୀ ମଧ୍ୟ ଅଭିନୟ କରୁଛନ୍ତି ।  ଏହି ଫିଲ୍ମଟି ଏପ୍ରିଲ୍‌ ୫ରେ ମୁକ୍ତିଲାଭ କରିବ । ଫିଲ୍ମରେ ହାତୀ ଓ ମଣିଷର ବନ୍ଧୁତା ସହ ଜଙ୍ଗଲୀ ଜନ୍ତୁଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ ମଧ୍ୟ ଦେଖାଯାଇଛି । ଏହି ଟ୍ରେଲର୍‌ରେ ବିଦ୍ୟୁତ୍‌ଙ୍କ ଏକ ଡାଇଲଗ୍‌ ‘ହମାରୀ ଦୋସ୍ତି ମେ କୋଇ ରୁଲ୍‌ ନହିଁ, ଔର ଏସି ଦୋସ୍ତି ଶିଖାନେ ବାଲେ କୋଇ ସ୍କୁଲ୍‌ ନହିଁ’ ବହୁତ ପ୍ରଭାବଶାଳୀ ରହିଛି । ଫିଲ୍ମର ଟ୍ରେଲର୍‌ରେ ପ୍ରାକୃତିକ ଦୃଶ୍ୟରାଜିର ଅନନ୍ୟ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି ।  ଫିଲ୍ମରେ ଟ୍ରେଲର୍‌ରେ ଆକ୍ସନ ସହ ଇମୋସନାଲ୍‌ ମଧ୍ୟ ଦେଖିବାକୁ ମିଳିଛି ।