Categories
ଆଜିର ଖବର ମନୋରଂଜନ

83 : ସାମ୍ନାକୁ ଆସିଲା ଭାରତର ‘ଲିଟିଲ୍‌ ମାଷ୍ଟର୍‌’ ସୁନୀଲ୍‌ ଗାଭାସ୍କରଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ : କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83‘ରେ ଭାରତର ଲିଟିଲ୍‌ ମାଷ୍ଟର ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ରିଲିଜ୍‌ କରାଯାଇଛି । ସୁନୀଲଙ୍କ ଚରିତ୍ରରେ ତାହିର ରାଜ୍‌ ଭସିନ୍ ନଜର ଆସିଛନ୍ତି। ପୂର୍ବରୁ ଏହି ଫିଲ୍ମରେ କପିଲ୍‌ ଦେବଙ୍କ ଚରିତ୍ରରେ ନଜର ଆସୁଥିବା ଅଭିନେତା ରଣବୀର୍‌ ସିଂଙ୍କ ଲୁକ୍‌କୁ ମଧ୍ୟ ଜାରି କରାଯାଇଥିଲା । ଏହି ଦୁଇ ଅଭିନେତା ନିଜ ନିଜ ଚରିତ୍ରରେ ବେଶ୍‌ ପରଫେକ୍ଟ ଲାଗୁଛନ୍ତି । କବୀର ଖାନ୍‌ ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ସେୟାର କରିଛନ୍ତି । ପୂର୍ବତନ କ୍ରିକେଟିୟର୍‌ ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ନିର୍ମାତା ଏଥିରେ ପ୍ରାୟ ସମାନ ରଖିଛନ୍ତି । ଏହି ଫିଲ୍ମଟି ଭାରତର ‘1983‘ ମସିହାର କ୍ରିକେଟ୍‌ ଓ୍ବାଲ୍ଡ କପ୍‌ ବିଜୟୀକୁ ନେଇ ଆଧାରିତ ।  ଏହି ଫିଲ୍ମରେ ରଣବୀର ସିଂହ, ତାହିର ରାଜ ଭସିନ୍‌ଙ୍କ ବ୍ୟତୀତ ମୋହିନ୍ଦର ଅମରନାଥଙ୍କ ଚରିତ୍ରରେ ସାକିବ୍‌ ସଲିମ୍‌, ସନ୍ଦିପ ପାଟିଲ୍‌ଙ୍କ ଚରିତ୍ରରେ ଚିରାଗ ପାଟିଲ୍ ଓ କପିଲ୍‌ ଦେବଙ୍କ ପତ୍ନୀ ରୋମିଙ୍କ ଚରିତ୍ରରେ ଦୀପିକା ପାଦୁକୋନ୍‌ ମଧ୍ୟ ନଜର ଆସିବେ । ଫିଲ୍ମଟି ଏପ୍ରିଲ୍‌ 10, 2020ରେ ହିନ୍ଦୀ, ତାମିଲ୍‌ ଓ ତେଲୁଗୁ ଆଦି ଭାଷାରେ ରିଲିଜ୍‌ ହେବାକୁ ରହିଛି । (ଏଜେନ୍ସି)