Categories
ଆଜିର ଖବର ସିନେମା

ରଣବୀରଙ୍କ ମା ଭୂମିକାରେ ନଜର ଆସିବେ ନୀନା ଗୁପ୍ତା

ମୁମ୍ବାଇ,02/01 : ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା କବୀର ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ 83ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ନୀନା ରଣବୀରଙ୍କ ମା‘ ଚରିତ୍ରରେ ଦେଖାଦେବେ । ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସୁଥିବା ବେଳେ ନୀନା କପିଳଙ୍କ ମାଙ୍କ ଚରିତ୍ରରେ ପରଦାକୁ ଆସୁଛନ୍ତି । ଏହା ବ୍ୟତିତ ନୀନା ଆହୁରି ଦୁଇଟି ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି । କଙ୍ଗନା ରଣାଓ୍ବତ ଅଭିନୀତ ପଙ୍ଗା ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କ ସହିତ ଶୁଭ ମଙ୍ଗଲ ଜାଦା ସାବଧାନରେ ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇ ଫିଲ୍ମ ବ୍ୟତୀତ ନିଖିଲ ଆଡଭାନୀଙ୍କ ଏକ ଅନ୍‌ଟାଇଟ୍ଲ୍‌ଡ ଆକ୍ସନ୍‌ କମେଡିରେ ନୀନା ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅର୍ଜୁନ୍‌ କପୁର ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ନଜର ଆସିବେ । 83ର କାହାଣୀ ଭାରତର ପ୍ରଥମ ବିଶ୍ବକପ୍‌ ବିଜୟ ଉପରେ ରହିଛି । ଫିଲ୍ମରେ ରଣବୀରଙ୍କ ବ୍ୟତିତ ତାହିର ରାଜ ଭାସିନ୍‌, ସାକିବ୍‌ ସଲିମ୍‌, ହାର୍ଡି ସାନ୍ଧୁ ଏବଂ ଜୀଭା ପ୍ରମୁଖ ନଜର ଆସିବାକୁ ଯାଉଛନ୍ତି ।

Categories
ଆଜିର ଖବର

ବହୁ ପ୍ରତୀକ୍ଷିତ ‘କବୀର୍‌ ସିଂ’ର ଟିଜର୍‌ ରିଲିଜ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ କବୀର ସିଂର ଟିଜର ରିଲିଜ୍‌ ହୋଇଛି। କବୀର ସିଂ ଭୂମିକାରେ ନଜର ଆସୁଥିବା ଶାହିଦ୍‌ କପୁର୍‌ ଏହି ଟିଜର୍‌କୁ ନିଜର ସୋସିଆଲ୍‌ ମିଡିଆ ସାଇଟ୍‌ରେ ସେୟାର କରିଛନ୍ତି। ତେଲୁଗୁ ବ୍ଲକ୍‌ବଷ୍ଟର ‘ଅର୍ଜୁନ୍‌ ରେଡ୍ଡୀ’ର ରିମେକ୍‌ରେ ଶାହିଦ୍‌ଙ୍କ ବ୍ୟତିତ କିଆରା ଆଡଭାନୀ ନଜର ଆସିବେ। ଫିଲ୍ମଟିରେ ଶ ପ୍ରେମରେ ବିଫଳ ହୋଇଥିବା ଜଣେ ସର୍ଜନଙ୍କ କାହାଣୀ ଯିଏକି ନିଶା କବଳରେ ନିଜର କ୍ୟାରିୟର ନଷ୍ଟ କରୁଛି। ମାର୍ଚ୍ଚ ୨୯ରେ ଫିଲ୍ମର ସୁଟିଂ ଶେଷ ହୋଇଥିବା ବେଳେ ଆସନ୍ତା ଜୁନ୍‌ ୨୧ରେ ଫିଲ୍ମଟି ରିଲିଜ୍‌ ହେବ। ମୂଳ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ଭାଙ୍ଗା ରେଡ୍ଡୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ମୂଳ ଫିଲ୍ମରେ ବିଜୟ ଦେବରକୋଣ୍ଡା ଏବଂ ଶାଲିନୀ ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )