Categories
ଆଜିର ଖବର

ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର: ବେସ୍‌ କ୍ୟାମ୍ପ-୪କୁ ଅଣାଗଲା ମୃତଦେହ

ପର୍ବତାରୋହୀ କଳ୍ପନା ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏଭରେଷ୍ଟ ବେସ୍ କ୍ୟାମ୍ପ୍-୪କୁ ତାଙ୍କର ମୃତଦେହ ଅଣାଯାଇଛି। ନେପାଳୀ ଶେର୍ପା ମୃତଦେହ ଠାବ କରି ବେସ୍ କ୍ୟାମ୍ପକୁ ଆଣିଛନ୍ତି। ସେଠାରୁ କଳ୍ପନାଙ୍କ ମୃତଦେହ କାଠମାଣ୍ଡୁ ପଠାଯିବ।ଏହା ପରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯିବ ବୋଲି କ୍ରୀଡା ବିଭାଗ ସୂଚନା ଦେଇଛି। କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଛି। ନେପାଳ କାଠମାଣ୍ଡୁରୁ କଳ୍ପନାଙ୍କ ମରଶରୀର ଅଣାଯିବ।ନେପାଳରେ ଭାରତୀୟ ଦୂତବାସ ସହ ମିଶି ଓଡ଼ିଶା ସରକାର କାମ କରୁଛନ୍ତି। ତାଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ କରାଯାଇଛି। ଓଡିଶାର ଏକମାତ୍ର ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ଗୁରୁବାର ଦିନ ପରଲୋକ ଘଟିଥିଲା। ୫୨ ବର୍ଷ ବୟସରେ ସେ ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।