Categories
ଆଜିର ଖବର

ଅପହର୍ତ୍ତା ଚମ୍ପଟ : 3 ପୋଲିସ ଅଧିକାରୀ ନିଲମ୍ବିତ

ସମୀକ୍ଷା ବ୍ୟୁରୋ
ବାଲେଶ୍ବର,18/12 : ଦାୟିତ୍ବରେ ଅବହେଳା ପାଇଁ ବାଲେଶ୍ବରରେ ତିନି ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଜଣେ ଏଏସ୍‌ଆଇ, ଜଣେ ହାବିଲଦାର ଏବଂ ଜଣେ କନେଷ୍ଟବଳ ରହିଛନ୍ତି । ଜମର୍ଦ୍ଦା ଥାନା ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ, ହାବିଲଦାର ଅରୁଣ ଧଳ ଏବଂ ମହିଳା କନେଷ୍ଟବଳ ମମତା ପାତ୍ରଙ୍କୁ ନିଲମ୍ବନ କରାଯାଇଛି । ଜଣେ ଅପହର୍ତ୍ତାଙ୍କୁ ଉତ୍ତର ପ୍ରଦେଶରୁ ଅଣାଯାଉଥିବା ତିନି ଜଣଙ୍କ ଅବହେଳା କାରଣରୁ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ନାବାଳିକା ଅପହରଣ ମାମଲାରେ ଉକ୍ତ ଯୁବକଙ୍କୁ ୟୁପିରୁ ଗିରଫ କରି ଆଣିବା ସମୟରେ ସେ ଖସିଯିବାରେ ସମର୍ଥ ହୋଇଥିଲେ । ଉକ୍ତ ଘଟଣାର ତଦନ୍ତ କରି ବାଲେଶ୍ବର ଏସ୍‌ପି ତିନି ଜଣଙ୍କୁ ନିଲମ୍ବନ କରିଛନ୍ତି ।