Categories
ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ

ରମେଶ ମହାନ୍ତି
ଜଗତସିଂହପୁର : ସୋମବାର ପୂର୍ବାହ୍ନରେ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କୃମି ନାଶକ ଦିବସ,ଫେବୃୟାରୀ-୨୦୨୦ର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ବଣ୍ଟନ କରିଥିଲେ । କୃମି ସଂକ୍ରମିତ ନହେଉଥିବା ପିଲାମାନେ ଅଧିକ ସ୍ୱାସ୍ଥ୍ୟବାନ୍ ହୁଅନ୍ତି ଏହାଦ୍ବାରା ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ସମସ୍ତ 1ରୁ15 ବର୍ଷର ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ବଟିକା ଚୋବାଇ ଖାଆନ୍ତୁ । ଅଣ ପଂଜିକୃତ ଓ ବିଦ୍ୟାଳୟ ଯାଉନଥିବା ପିଲାମାନେ ଅଙ୍ଗନବାଡୀ କେନ୍ଦ୍ରରେ ଏହି ଔଷଧ ଖାଇ ପାରିବେ ।
ଏହି ଔଷଧ ପ୍ରଭାବରେ ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ଏପରି ହେଲେ ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ । ଜଗତସିଂହପୁର ଜିଲ୍ଲାରେ ମୋଟ 229366 ଜଣ ପିଲାଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବ । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟା ପଣ୍ଡା, ସହକାରୀ ଚିକିତ୍ସା ଅଧିକାରୀ ଡ. ପ୍ରମୋଦ କୁମାର ବାରିକ, ସହକାରୀ ଚିକିତ୍ସା ଅଧିକାରୀ ଡ. କ୍ଷେତ୍ରବାସୀ ଦା, ଡି.ପି.ଏମ୍ ଚକ୍ରଧର ଜେନା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ,ସମସ୍ତ ଛାତ୍ରୀ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ବିଭାଗର ଉପ ପରିଚାଳକ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।