Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚମ ଥର ପାଇଁ ଓଡିଶାକୁ କୃଷିକର୍ମଣ ପୁରସ୍କାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,02/01 : ଓଡିଶାକୁ ପଞ୍ଚମ ଥର ପାଇଁ କୃଷି କର୍ମଣ ପୁରସ୍କାର ମିଳିଛି । କୃଷି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡିଶାକୁ ଏହି ପୁରସ୍କାର ମିଳିଛି । କର୍ଣ୍ଣାଟକ ଟୁମ୍‌କୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । 2016-17 ଏବଂ 2017-18 ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି । ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅରୁଣ ସାହୁଙ୍କୁ ଟ୍ରଫି, ପ୍ରଶଂସାପତ୍ର ଏବଂ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି ।