Categories
ଆଜିର ଖବର ଜାତୀୟ ଖବର

ଶ୍ରମିକ ଦିବସରେ ସରକାରଙ୍କ ଉପହାର : 5ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚାଲିବା ନେଇ ଘୋଷଣା

ନୂଆଦିଲ୍ଲୀ : ଶ୍ରମିକ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କୁ ଉପହାର ପ୍ରଦାନ କରାଯାଇଛି । ଏହି ଅବସରରେ 5ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଳାଚଳ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ଏହି ଟ୍ରେନ୍‌ ଚଳାଇବାକୁ ଘୋଷଣା କରାଯାଇଛି । ଏହି ଟ୍ରେନ୍‌ରେ ପଠାଯିବା ପୂର୍ବରୁ ସମସ୍ତ ଶ୍ରମିକଙ୍କର ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ ଘରକୁ ପଠାଯିବ । ନିଜ ରାଜ୍ୟରେ ପହଞ୍ଚିବା ପରେ ସାନିଟାଇଜ୍‌ କରାଯାଇଥିବା ବସ୍‌ରେ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟର ପଠାଯିବ । ମେ 1 ତାରିଖ ବା ଶ୍ରମିକ ଦିବସ ଅବସରରେ 6ଟି ଟ୍ରେନ୍‌ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଟ୍ରେନ୍‌ ଗୁଡିକର ତାଲିକା :
1. ଲିଙ୍ଗମପଲ୍ଲୀରୁ ହାଟିଆ
2. ଆଲୁଭାରୁ ଭୁବନେଶ୍ବର
3. ନାସିକରୁ ଲକ୍ଷ୍ନୌ
4. ନାସିକରୁ ଭୋପାଳ
5. ଜୟପୁରରୁ ପାଟନା
6. କୋଟାରୁ ହାଟିଆ