Categories
ଆଜିର ଖବର ଜାତୀୟ ଖବର

ପୁଣି ଏକ ହସ୍ପିଟାଲର 6 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ସଂକଟ ବଢିବାରେ ଲାଗିଛି ।କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏବେ କରୋନା କବଳରେ ପଡିଯାଉଛନ୍ତି । ପୁଣିଥରେ ଦିଲ୍ଲୀର 6 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ଲେଡି ହାର୍ଡିଂ ହସ୍ପିଟାଲର କିଛି ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଦୁଇ ଡାକ୍ତରଙ୍କ ସମେତ 6 ସ୍ବାସ୍ଥ୍ୟ କର୍ମୀଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଗୋଟିଏ ଦିନ ପୂର୍ବରୁ ତିନିଜଣ ସ୍ବାସ୍ଥ୍ୟ କର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା ।

ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 15,700 ରହିଛି । ସେହିପରି ମୃତ୍ୟୁସଂଖ୍ୟା 500 ଡେଇଁ ସାରିଲାଣି । ଦିଲ୍ଲୀରେ ପ୍ରାୟ 1900 ଜଣ ସଂକ୍ରମିତ ହୋଇଥିବାବେଳେ 42ଜଣଙ୍କର ଜୀବନ ଯାଇଛି । (ଏଜେନ୍ସି)