Categories
ଆଜିର ଖବର ଜାତୀୟ ଖବର

ତିନିମାସ ପର୍ଯ୍ୟନ୍ତ ଭଡାଟିଆଙ୍କଠାରୁ ଘର ଭଡା ଆଦାୟ ନ କରିବା ପାଇଁ ଆଦେଶ ଦେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ : କରୋନା ସଂକଟ ସହ ଲଢିବା ପାଇଁ କେନ୍ଦ୍ର ସହ ରାଜ୍ୟ ସରକାରମାନେ ମଧ୍ୟ ଦୃଢ ପଦକ୍ଷେପ ନେଉଛନ୍ତି । ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ପାଇଁ ଲୋକେ ଘରୁ ବାହାରିନାହାନ୍ତି । ମହାରାଷ୍ଟ୍ରରେ ଏଥିପାଇଁ ଆଦେଶ ଜାରି କରିଛନ୍ତି କହିଛନ୍ତି ଯେ, ଲକ୍ ଡାଉନ୍‌ ସମୟରେ ଘର ମାଲିକ ମାନେ ଭଡାଟିଆଙ୍କଠାରୁ ତିନି ମାସର ଘର ଭଡା ସଂଗ୍ରହ କରିବେ ନାହିଁ। ଉଦ୍ଧବ ସରକାର କହିଛନ୍ତି ଯେ ଜଣେ ଭଡାଟିଆ ତିନିମାସ ପର୍ଯ୍ୟନ୍ତ ଭଡା ପ୍ରଦାନ ନକଲେ ମଧ୍ୟ ଘରମାଲିକ ତାଙ୍କୁ ଘରୁ ବାହାର କରି ପାରିବେ ନାହିଁ।

ମହାରାଷ୍ଟ୍ରରେ ଫଶି ରହିଥିବା ଶ୍ରମିକମାନଙ୍କ ସଂଖ୍ୟା ବହୁତ ରହିଛି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲକ୍‌ ଡାଉନ୍‌ କାରଣରୁ ରାଜ୍ୟର ଅଲଗା ଅଲଗା ଭାଗରେ ଶ୍ରମିକ ମାନେ ଫଶି ରହିଛନ୍ତି । ଲକ୍ ଡାଉନ୍‌ ପାଇଁ ସେମାନେ ଘର ଭଡା ଦେବା ପାଇଁ ଅସମର୍ଥ । ଏହି ସମୟରେ ତାଙ୍କଠାରୁ ଘର ଭଡା ଆଦାୟ ନ କରିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଦିଲ୍ଲୀ ଓ ଏନ୍‌ସିଆର୍‌ରେ ମଧ୍ୟ ଘର ଭଡା ଆଦାୟ ନ କରିବାକୁ ଦିଲ୍ଲୀ ସରକାର ଅପିଲ୍‌ କରିଥିଲେ । ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିମାସର ଘର ଭଡା ଛାଡ ବା ତିନିମାସ ପରେ ଏହାକୁ ନେବା ପାଇଁ ଅନୁରୋଧ କରିଥିଲେ । (ଏଜେନ୍ସି)