Categories
ଆଜିର ଖବର

ଆଲ୍ଫାବେଟ୍‌ର ସିଇଓ ଦାୟିତ୍ବ ଗ୍ରହଣ କରିବେ ସୁନ୍ଦର ପିଚାଇ

ନ୍ୟୁୟର୍କ,4/12: ଆଲ୍ଫାବେଟ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ । ମଙ୍ଗଳବାର ଆଲ୍ଫାବେଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପିଚାଇ ଆସନ୍ତା ସିଇଓ ଭାବରେ ଉଭୟ ଆଲ୍ଫାବେଟ ଏବଂ ଗୁଗୁଲର ଦାୟିତ୍ବ ନିର୍ବାହ କରିବେ । ଗୁଗୁଲର ମୂଳ କମ୍ପାନୀ ରହିଥିବା ଆଲ୍ଫାବେଟ୍‌ର ସହ ପ୍ରତିଷ୍ଠାତା ଲାରି ପେଜ୍‌ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ସିଇଓ ରହିଥିବା ପେଜ୍‌ ନିଜ ଦାୟିତ୍ବରୁ ଅବ୍ୟାହତି ନେଉଥିବା ନେଇ ସୂଚନା ଦେଇଛନ୍ତି । ଆଲ୍ଫାବେଟ ଆଗାମୀ ଦିନରେ ସ୍ବୟଂଚାଳିତ କାର ଏବଂ ଅନ୍ୟାନ୍ୟ ଉଦ୍ଭାବନ ଉପରେ ଗୁରୁତ୍ବ ଦେବାକୁ ଯାଉଥିବାରୁ ସୁନ୍ଦର ଏହି ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିପାରିବେ ବୋଲି କମ୍ପାନୀର ଅନ୍ୟତମ ସହ ପ୍ରତିଷ୍ଠାତା ସର୍ଜି ବ୍ରିନ୍‌ । ଉଭୟ ପେଜ୍‌ ଏବଂ ବ୍ରିନ୍‌ ପରିଚାଳନା ଦାୟିତ୍ବରୁ ଅବ୍ୟାହତି ନେଉଥିଲେ ମଧ୍ୟ ବୋର୍ଡ ନିର୍ଦ୍ଦେଶକ ଏବଂ ସେୟାର ହୋଲ୍ଡର ରହିବେ ବୋଲି ଜଣାପଡିଛି । (ଏଜେନ୍ସୀ)