Categories
ଆଜିର ଖବର ଜାତୀୟ ଖବର

ଶିଶୁକୁ ଲାଇଫ୍‌ ଟାଇମ୍‌ ଫ୍ରି ଟିକେଟ ଦେଲା ଇଣ୍ଡିଗୋ

ନୂଆଦିଲ୍ଲୀ : ସବୁଠୁ ଆରାମଦାୟକ ଯାତ୍ରା ମଧ୍ୟରେ ବିମାନ ଯାତ୍ରା ଅନ୍ୟତମ । ଏହି ଯାତ୍ରା ଜରିଆରେ ଜଣେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନରେ ଅତି ସହଜରେ ପହଞ୍ଚିପାରେ । କିନ୍ତୁ ଏହି ଯାତ୍ରା ସବୁଠୁ ମହାଙ୍ଗା ରହିଥାଏ । ଅନ୍ୟ ସାଧନଠାରୁ ବିମାନ ଟିକେଟ୍‌ ଅଧିକ ମହଙ୍ଗା ରହିଥାଏ । ମାତ୍ର ଜଣେ ଶିଶୁକୁ ଲାଇଫ ଟାଇମ୍‌ ଫ୍ରି ଟିକେଟ ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଦିଲ୍ଲୀରୁ ବେଙ୍ଗାଲୁରୁରୁ ଉଡାଣ ଭରୁଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ । ମଝି ଆକାଶରେ ହଠାତ୍‌ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ମଝି ଆକାଶରେ ଡାକ୍ତରଙ୍କ ସହାୟତାରେ ମହିଳା ଏକସନ୍ତାନକୁ ଜନ୍ମ ଦେଇଥିଲେ । ମା’ ଓ ଶିଶୁ ଉଭୟ ସୁସ୍ଥ ହେବା ସହିତ ସନ୍ଧ୍ୟା 7.40 ସମୟରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଥିଲେ ।  ଶିଶୁଟି ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିଲା । ପ୍ରସବ ପ୍ରକ୍ରିୟା ସମୟରେ ଉଡାଣ ସଂଚାଳନ ସାମାନ୍ୟ ରହିଥିଲା । ବିମାନଟି ବାଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ଶିଶୁଟିର ଉଚ୍ଛ୍ବସିତ ସ୍ବାଗତ କରାଯାଇଥିଲା । ବିମାନ ଉଡାଣ ଭରୁଥିବା ସମୟରେ ଶିଶୁଟି ବିମାନରେ ଜନ୍ମ ହୋଇଥିବା ଯୋଗୁଁ ଇଣ୍ଡିଗୋ ଏହି ଶିଶୁଟି ପାଇଁ ଆଜୀବନ ବିମାନ ଟିକେଟ ଫ୍ରି କରିଛି । ଏହା ଏବେ  ସୋସିଆଲ୍‌ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। (ଏଜେନ୍ସି)