Categories
ଆଜିର ଖବର

ବାଗ୍‌ପତ୍‌ର ପୂର୍ବତନ ବିଜେପି ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ବାଗ୍‌ପତ୍‌ : ଉତ୍ତରପ୍ରଦେଶର ବାଗ୍‌ପତ୍‌‌ରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲାଧ୍ୟକ୍ଷ ସଞ୍ଜୟ ଖୋଖରଙ୍କୁ କିଛି ଦୁର୍ବୃତ୍ତ ଗୁଳି ମାରି ହତ୍ୟ କରିଛନ୍ତି । କିଛି ଅଜ୍ଞାତ ଅପରାଧୀମାନେ ଏହି ଘଟଣା ଘଟାଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ସଞ୍ଜୟ ସକାଳୁ ସକାଳୁ ମର୍ଣ୍ଣିଂ ଓ୍ବାର୍କ ଯାଉଥିବାବେଳେ କିଛି ବଦମାସ୍‌ ତାଙ୍କୁ ଗୁଳି କରୁଥିଲେ ।ମର୍ଣ୍ଣିଂ ଓ୍ବାର୍କରୁ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ । ସଞ୍ଜୟଙ୍କୁ ଦୁଇଟି ଗୁଳି ଲାଗିଥିବାବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଏପରି ଏକ ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାସ୍ଥଲରେ ଏସ୍‌ପି, ଏଏସ୍‌ପି ପହଞ୍ଚି ଘଟଣାରୁ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ହତ୍ୟାର କାରଣ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନଥିବାର କହିଛନ୍ତି ଏସ୍‌ପି ଅଜୟ କୁମାର ସିଂହ ।

ଅପରପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଗପତ୍‌ର ପୂର୍ବତନ ବିଜେପି ଜିଲ୍ଲା ଅଧ୍ୟକ୍ଷ ସଞ୍ଜୟ ଖୋକରଙ୍କ ମୃତ୍ୟ ଘଟଣାରେ ଶୋକ ଜଣାଇବା ସହିତ ଏହି ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।  ଜୁନ୍‌ରେ ବାଗପତ୍‌ରେ ଜଣେ ବିଜେପି ନେତାଙ୍କ ପୁଅକୁ ଗୁଳି କରାଯାଇଥିଲା । (ଏଜେନ୍ସି)