Categories
ଆଜିର ଖବର

ପ୍ରଜ୍ଞା ସିଂ ଠାକୁରଙ୍କ ପ୍ରାର୍ଥିତ୍ଵକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠୱଲେଙ୍କ ଅସନ୍ତୋଷ

“ରିପବ୍ଲିକନ ପାର୍ଟି ଅଫ ଇଣ୍ଡିଆ” ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠୱଲେ ପ୍ରଜ୍ଞା ସିଂ ଠାକୁରଙ୍କ ପ୍ରାର୍ଥିତ୍ଵକୁ ନେଇ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତୀୟ ଜନତା ପାର୍ଟି ଭୋପାଳ ଲୋକସଭା ଆସନ ପାଇଁ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିଛି। ତେଣୁ ରାମଦାସ ଏହାକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଜ୍ଞାକୁ ନେଇ ଆମ ସହଯୋଗୀ ଦଳ ବିଜେପି ଭୁଲ ନିଷ୍ପତି ନେଇଛି, ଯାହାର ଫଳ ତାକୁ ଭୋଗିବାକୁ ପଡିବ। ପ୍ରଜ୍ଞା ନିର୍ବାଚନ ଜିତିବା ସମ୍ଭବ ହୋଇନପାରେ। ଶହୀଦ ହେମନ୍ତ କରକରେଙ୍କ ଉପରେ ପ୍ରଜ୍ଞା ଦେଇଥିବା ମନ୍ତବ୍ୟକୁ ସେ କଡା ନିନ୍ଦା କରିଛନ୍ତି। କିନ୍ତୁ ଭୋପାଳରେ ପ୍ରାର୍ଥିତ୍ଵକୁ ନେଇ କେନ୍ଦ୍ରମନ୍ତ୍ରୀ ଆଠବଲେ କହିଛନ୍ତି, ଏହା ବିଜେପିର ନିଜ ନିଷ୍ପତି ଏଥିରେ ଆମେ ହସ୍ତକ୍ଷେପ କରିବା ଠିକ ନୁହଁ। ସେ ବିଜେପିକୁ ପରାମର୍ଶ ଦେଇ କହିଛନ୍ତି ଯେ, ଯେଉଁ ପରି ଭାବରେ ପ୍ରଜ୍ଞା ସିଂ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି, ତାହା ଉପରେ ପାର୍ଟିକୁ ଚିନ୍ତା କରିବା ଆବଶ୍ୟକ। ଏବଂ ଭବିଷ୍ୟତରେ ସେ ଯେପରି ବିବାଦୀୟ ମନ୍ତବ୍ୟରୁ ନିବୃତ୍ତ ରହିବେ ବିଜେପି ଏନେଇ ବିଚାର କରିବା ଆବଶ୍ୟକ।