Categories
ଆଜିର ଖବର

ମ୍ୟାଡାମ୍‌ ତୁଷାଦ ମ୍ୟୁଜିଅମ୍‌ରେ ଦୀପିକା, ଚର୍ଚ୍ଚାରେ ରଣବୀରଙ୍କ ପୋଷ୍ଟ

ବଲିଉଡରେ ନିଜ ଅଭିନୟ ଜଲ୍‌ଓ୍ବାରେ ମାତୁଆଲା କରିଥିବା ଦୀପିକାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ନିକଟରେ ଲଣ୍ଡନର ମାଡାମ୍‌ ତୁସାଦ୍‌ ମ୍ୟୁଜିଅମ୍‌ରେ ସେ ନିଜର ମହମ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହାକୁ ନେଇ ଦୀପିକାଙ୍କ ଅପେକ୍ଷା ତାଙ୍କ ପତି ଅଭିନେତା ରଣବୀର ଅଧିକ ଉତ୍ସାହିତ ଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମର କିଛି ସମୟ ପରେ ରଣବୀର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଭାବପୂର୍ଣ୍ଣ କ୍ୟାପ୍‌ଶନ୍‌ ଲେଖିଥିଲେ। ସେ ଲେଖିଥିଲେ, ‘ଡିପି ୨.୦! ଅରିଜିନାଲ ତୋ ମେରେ ପାସ୍‌ ହେ’। ଏହା ସହ ଏକ ହାସଟ୍ୟାଗ୍‌ ‘ଟୁମଚ୍‌ଟୁହ୍ୟାଣ୍ଡେଲ’ ରହିଥିଲା। ଯାହାକି ଏବେ ଭାଇରାଲ ହେଉଛି। ଏହି ଅନାବରଣ କାର୍ଯ୍ୟକ୍ରମରେ ରଣବୀରଙ୍କ ଛଡ଼ା ଦୀପିକାଙ୍କ ପିତାମାତାଙ୍କ ସହ ଶ୍ୱଶୁର ଓ ଶାଶୁ ମଧ୍ୟ ଉପସ୍ଥିତ ଥିଲେ।  ମ୍ୟାଡାମ୍‌  ତୁଷାଦ୍‌ ଲାଇବ୍ରେରୀରେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ମହମ ପ୍ରତିକୃତି ରହିଛି । ୨୦୧୮ ନଭେମ୍ବର ୧୪ରେ ଦୀପିକା ଓ ରଣବୀର୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୀପିକା ରଣବୀର୍‌ଙ୍କ ଯୋଡ଼ିଙ୍କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି। ଦୁହେଁ ପ୍ରଥମଥର ପାଇଁ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ‘ରାମଲୀଲା’ରେ ନଜର ଆସିଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’ ଆଦି ଫିଲ୍ମରେ ନଜର ଆସିଛନ୍ତି। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ରେକର୍ଡ କରିଛି।