Categories
ଆଜିର ଖବର ଜାତୀୟ ଖବର

ମଲ୍ଲାପୁରମ୍‌ ହାତୀ ମୃତ୍ୟୁ ମାମଲା : ମାନେକା ଗାନ୍ଧୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ମଲ୍ଲାପୁରମରେ ଘଟିଥିବା ହାତୀ ମୃତ୍ୟୁକୁ ନେଇ ବିଜେପି ସାଂସଦ ମାନେକା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯୁବ କଂଗ୍ରେସ , 4ଟି ସ୍ବେଚ୍ଛାସେବୀ ସଙ୍ଗଠନ ଏବଂ ଗୋଟିଏ ବ୍ୟକ୍ତିଗତ ଅଭିଯୋଗକୁ ନେଇ ସମୁଦାୟ 6ଟି ମାମଲା ରୁଜୁ କରାଯାଇଛି । ମଲ୍ଲାପୁରମ୍‌ର ନାମକୁ ମାନେକା ଖରାପ କରୁଛନ୍ତି ବୋଲି ଅଭିଯୋଗ କରି ଏହି 6ଟି ଅଭିଯୋଗ କରାଯାଇଛି । ଗୋଟିଏ ନୀରିହ ପଶୁର ମୃତ୍ୟୁକୁ ନେଇ ମାନେକା ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପରେ ମାନେକାଙ୍କ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରାଯାଇଥିବା ନେଇ ମାନେକା ସୂଚନା ଦେଇଛନ୍ତି । ମାନେକାଙ୍କ ଓ୍ବେବ୍‌ସାଇଟ୍‌ରେ କଫିନ୍‌ ଡ୍ୟାନ୍ସର ଗୀତ ବାଜୁଥିବା ଜଣାପଡିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହାତୀ ମୃତ୍ୟୁକୁ ନେଇ ମତ ରଖିଲେ ଜାଭାଡେକର୍‌ : ପଶୁ ହତ୍ୟା ଭାରତର ସଂସ୍କୃତି ନୁହେଁ

ଥିରୁଅନନ୍ତପୁରମ୍‌ : କେରଳର ମଲ୍ଲାପୁରମ୍‌ରେ ଘଟିଥିବା ବର୍ବର ହାତୀ ମୃତ୍ୟୁ ମାମଲାକୁ ନେଇ ନିଜୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକର୍ । ବାଣ ଖାଇବାକୁ ଦେଇ ପଶୁ ହତ୍ୟା କରିବା ଭାରତୀୟ ସଂସ୍କୃତିର ପରିଚୟ ନୁହେଁ ବୋଲି ଗୁରୁବାର ମତ ପ୍ରକାଶ କରି କହିଛନ୍ତି ଜାଭାଡେକର । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନ୍‌ ସମ୍ମୁଖକୁ ଆଣିବାରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ଜାଭାଡେକର ଟ୍ବିଟ୍‌ କରିଛନ୍ତି ।

ଏହି ବର୍ବର କାଣ୍ଡ ପରେ ଜାତୀୟ ବନ୍ୟ ପ୍ରାଣୀ ଆଇନ୍‌ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଫିଲ୍ମ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 27 ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ । ହାତୀଟି ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା । ଯନ୍ତ୍ରଣା ଜର୍ଜରିତ ହାତୀଟି ନଦୀ ଭିତରକୁ ପଶିଯାଇ ପ୍ରାଣ ହରାଇଥିଲା । (ଏଜେନ୍ସି)