Categories
ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀ ଲିଙ୍କ ଥିବା ଯୁବକ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଆତଙ୍କବାଦୀ ଲିଙ୍କ ରହିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନା ପକ୍ଷରୁ ମିଳିତ ଭାବରେ କରାଯାଇଥିବା ସର୍ଚ୍ଚ ଅପରେସନ୍‌ରେ ଏହି ଯୁବକଙ୍କୁ ଗିରଫ କରାଯାଇଛି । ଡୋଡାରୁ ମଙ୍ଗଳବାର ଗିରଫ ହୋଇଥିବା ଏହି ଯୁବକଙ୍କ ନାମ ତନ୍‌ଭୀର ଅହମ୍ମଦ ମଲିକ୍‌ । ଗିରଫ ଯୁବକଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହିଜବୁଲ୍‌ ମୁଜାହିଦ୍ଦିନିର କମାଣ୍ଡର ହାରୁନ୍‌ ଆବ୍ବାସ ସହିତ ଏହି ଯୁବକଙ୍କ ସମ୍ପର୍କ ରହିଥିଲା । ଜାନୁୟାରୀ 15ରେ ଆବ୍ବାସର ଏନ୍‌କାଉଣ୍ଟର ପରଠାରୁ ଏହି ଯୁବକ ଜଣକ ନିଖୋଜ ରହିଥିଲା । (ଏଜେନ୍ସି)