Categories
ଆଜିର ଖବର ଜାତୀୟ ଖବର

କରୋନା ଭୟରେ ଛାତରୁ ଡେଇଁ ଆତ୍ମହତ୍ୟା!

ହାଇଦ୍ରାବାଦ : ଦେଶରେ ବିଗତ ଦୁଇ ମାସ ଧରି କରୋନା ଭାଇରସ୍‌ ଏହାର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କ ମଧ୍ୟ ଲୋକ ସଚେତନ ହେବାର ନା ନେଉନାହାନ୍ତି । କରୋନାର ଭୟ ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଏହି ବ୍ୟକ୍ତି ଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କରୋନା ସନ୍ଦେହରେ ଏହି 60 ବର୍ଷୀୟ ବ୍ୟକ୍ତି ଜଣକ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଗ୍ୟାଷ୍ଟ୍ରିକ୍‌ ସମସ୍ୟା ରହିଥିଲେ ମଧ୍ୟ କରୋନା ସନ୍ଦେହରେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । (ଏଜେନ୍ସି)