Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ମାଓକ୍ୟାମ୍ପ ଠାବ କଲେ ପୋଲିସ, ଜବତ ହେଲା ବହୁ ସାମଗ୍ରୀ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ପାଟଦର୍ହା ଜଙ୍ଗଲ ଭିତରେ ଏକ ମାଓ କ୍ୟାମ୍ପ ଥିବା ନେଇ ନୂଆପଡ଼ା ପୋଲିସ ଖବର ପାଇବା ପରେ ଗତ ୨୩ ତାରିଖ ଦିନ ଏସଓଜି, ଡିଭିଏଫ୍ ଓ ସିଆରପିଏଫ୍ ଟିମ୍ ପକ୍ଷରୁ କମ୍ବିଂ ଅପରେସନ୍ କରାଇଥିଲା।

ଏହି ସମୟରେ ଉଭୟ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଗତକାଲି ମଧ୍ୟ ସ୍ଥାନୀୟ ଅଞ୍ଚଳରେ କମ୍ଵିଂ ଅପରେସନ କରାଯାଇଥିଲା।

ତେବେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କ୍ୟାମ୍ପରୁ ଗୋଟିଏ ଆଇଡି, ୩ଟି ଡେଟୋନେଟର, ଆମୁନେସନ, ମାଓ ପୋଷାକ, ଔଷଧ ସହ ରୋଷେଇ ସାମଗ୍ରୀ ଭଳି ୩୦ ପ୍ରକାର ସାମଗ୍ରୀ ଜବତ କରା ଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।