Categories
ଆଜିର ଖବର ରାଜ୍ୟ ଖବର

ମ.ରାମପୁର ଅଞ୍ଚଳରେ ନକଲି ମାଓବାଦୀ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଂଚଳରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଚାନ୍ଦା ମାଗୁଥିବା ଅଭିଯୋଗରେ ଛଅ ଜଣ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ମ.ରାମପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ଜୟପ୍ରକାଶ ପ୍ରଧାନ (୨୫), ଚନ୍ଦ୍ରକାନ୍ତ ତାଣ୍ଡି (୨୮), ପିପଲପଡା ଗ୍ରାମର ଭୁବନାନନ୍ଦ ନାଏକ (୩୨) ତିନି ଜଣ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ମ.ରାମପୁରର କନିଷ୍ଠ ଯନ୍ତ୍ରୀ ବୈଶାଖୁ ହରିଜନଙ୍କ ଠାରୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ଚାନ୍ଦା ଅସୁଲି କରିଆସୁଥିଲେ । ଏ ସଂପର୍କରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ପୋଲିସକୁ ଖବର ଦେବାପରେ ପୋଲିସ ପକ୍ଷରୁ କେଶ ନଂ.୮୧/୨୦୨୦ ଆଇପିସି ୩୮୬/୩୮୭/୫୦୭/୪୧୦/୪୬୮ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ମୋବାଇଲ ଟ୍ରାକିଂ କରାଯାଇଥିଲା ।

ସଂପୃକ୍ତ ନକଲି ମାଓବାଦୀ ମାନଙ୍କୁ ଠାବ କରି ଗିରଫ କରିବା ସହିତ ବିନା କାଗଜପତ୍ରରେ ମୋବାଇଲ ସିମକାର୍ଡ ଯୋଗାଇଥିବା ମ.ରାମପୁର ଥାନା ଅନ୍ତର୍ଗତ ଝାଲିଆଗୋଭା ଗ୍ରାମର ମଙ୍ଗଳୁ ନାଏକ ( ୩୫ ) ଓ ମ.ରାମପୁର ଗ୍ରାମର ବଳରାମ ସାହୁ ( ୨୫ ) ଏବଂ ନର୍ଲା ଥାନା ଅନ୍ତର୍ଗତ ଭାଟେଲ ଗ୍ରାମର ଶ୍ରୀକାନ୍ତ ନାଏକ (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମ.ରାମପୁର ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କ ସୂତ୍ରରୁ ପ୍ରକାଶ ।

Categories
ଆଜିର ଖବର

ଝାରଖଣ୍ଡ ନିର୍ବାଚନରେ 10ଟା ସୁଦ୍ଧା 11.2 ପ୍ରତିଶତ ମତଦାନ : ଗୁମ୍‌ଲାରେ ବ୍ରିଜ୍‌ ଉଡାଇଲେ ମାଓବାଦୀ

ରାଞ୍ଚି,30/11: ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସକାଳ 10ଟା ସୁଦ୍ଧା11.2 ପ୍ରତିଶତ ଭୋଟଗ୍ରହଣ ହୋଇଛି । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟଗ୍ରହଣ ସମୟରେ ମାଓପ୍ରବଣ ଗୁମ୍‌ଲାରେ ମାଓବାଦୀ ମାନେ ଏକ ବ୍ରିଜ୍‌ ଉଡାଇ ଦେଇଛନ୍ତି । ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 189 ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ 37 ଲକ୍ଷ 83 ହଜାର 55 ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।