Categories
ଆଜିର ଖବର

ଆତଙ୍କୀ ମାସୁଦ୍‌ ବିପକ୍ଷରେ ଭାରତ ସହ ଫ୍ରାନ୍ସ : ମାସୁଦର ସମ୍ପତ୍ତି ଅଚଳ କରିବ

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌ ମୁଖ୍ୟ ମାସୁଦ୍‌ ଅଜହର୍‌ଙ୍କୁ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ଆଗତ ପ୍ରସ୍ତାବକୁ ଚୀନ୍‌ ବିରୋଧ କରିବା ପରେ  ମଧ୍ୟ ଆତଙ୍କୀ ମାସୁଦ୍‌ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଚାଲିଛି। ମାସୁଦ୍‌ ଉପରେ ଫ୍ରାନ୍ସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ମାସୁଦର ସମସ୍ତ ସମ୍ପତ୍ତିକୁ ଅଚଳ କରିବାକୁ ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସର ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଦେଶରେ ଥିବା ମାସୁଦ୍‌ର ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ଠାବ କରାଯାଇ ସେଗୁଡ଼ିକୁ ଫ୍ରିଜ୍‌ କରାଯିବ।  ଜାମ୍ମୁ-କାଶ୍ମୀରର ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ୍‌ ହେବା ପରେ ଜୈଶ୍‌-ଏ—ମହମ୍ମଦ (ଜେଇଏମ୍‌) ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପାକିସ୍ତାନ ଉପରେ ବିଶ୍ବ ସମୁଦାୟ ପକ୍ଷରୁ ଚାପ ପଡୁଛି। ଆତଙ୍କବାଦ ବିରୋଧରେ ଲଢେଇ କରିବା ପ୍ରସଙ୍ଗରେ ଫ୍ରାନ୍ସ ସହ ସର୍ବଦା ଭାରତ ସହ ରହିଆସିଛି ଓ ଆଗୁକୁ ମଧ୍ୟ ସମର୍ଥନ କରିବ ବୋଲି କହିଛି।