Categories
ଫଟୋ ଖବର

ନୂଆଦିଲ୍ଲୀ ବାସଭବନରେ ମାସ୍କ ତିଆରି କରିବାରେ ବ୍ୟସ୍ତ ଅଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଉଷା ପାଢୀ

ନୂଆଦିଲ୍ଲୀ, ବର୍ତ୍ତମାନ ମାସ୍କ ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇପଡିଛି। ହେଲେ ବର୍ତ୍ତମାନ ବଜାରରେ ଏହାର ଅଭାବ ପରିଲକ୍ଷିତ ହେଉଛି। ସେଥିପାଇଁ ସମସ୍ତେ ବର୍ତ୍ତମାନ ଘରେ ମାସ୍କ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ସେମିତି ଜଣେ ମାସ୍କ ତିଆରିରେ ନିଜକୁ ନିୟୋଜିତ ରଖିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଉଷା ପାଢୀ। ସେ ବର୍ତ୍ତମାନ ବେସାମରିକ ବିମାନଚଳାଚଳ ବିଭାଗର ଯୁଗ୍ନ ସଚିବ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା : 132 ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ସ୍ବୟଂ ସହାୟକ ଗୋଷ୍ଠୀ

ନୂଆଦିଲ୍ଲୀ, କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର 24 ଟି ରାଜ୍ୟର 399 ଜିଲ୍ଳାରେ ଥିବା  ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ଏହି କାମରେ ଲାଗିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏନ୍.ଆର.ଏଲ.ଏମ୍. ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପାଇଁ  ପ୍ରୋତ୍ସାହିତ କରାଯାଉଛି । ଗତ 10 ଦିନ ମଧ୍ୟରେ ଏହି ଗୋଷ୍ଠୀଗୁଡିକ ଦ୍ୱାରା 132 ଲକ୍ଷରୁ ଅଧିକ ମାସ୍କ ଉତ୍ପାଦିତ ହୋଇଛି । ଏଥିରେ 14522 ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ 65,936 ସଦସ୍ୟ ସାମିଲ ହୋଇଛନ୍ତି ।

ଆନ୍ଧ୍ରପ୍ରଦେଶର ପାଞ୍ଚଟି ଜିଲ୍ଲାରୁ 4281 ସ୍ୱୟଂସହାୟିକା ଗୋଷ୍ଠୀର 21,028 ସଦସ୍ୟା ଏହି 10 ଦିନ ମଧ୍ୟରେ 25 ଲକ୍ଷ 41 ହଜାର 440ଟି ମାସ୍କ ଉତ୍ପାଦିତ କରିଛନ୍ତି । ତାମିଲନାଡୁର 32  ଜିଲ୍ଳାରୁ 1927 ସ୍ୱୟଂସହାୟିକା ଗୋଷ୍ଠୀର 10,780 ସଦସ୍ୟା ଏହି ସମୟରେ ଉତ୍ପାଦନ କରିଛନ୍ତି  26 ଲକ୍ଷ  17 ହଜାର 35 ମାସ୍କ  । ବିହାର, ଛତିଶଗଡ, ଗୁଜରାଟ ,କେରଳ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ  ଏବଂ ଉତ୍ତର ପୂର୍ବାଚଂଳର ଅନେକ ରାଜ୍ୟରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି  କାମରେ ଲାଗିଛନ୍ତି ।