କରୋନା ମୁକାବିଲା : 132 ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ସ୍ବୟଂ ସହାୟକ ଗୋଷ୍ଠୀ

Published: Apr 5, 2020, 6:32 am IST

ନୂଆଦିଲ୍ଲୀ, କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର 24 ଟି ରାଜ୍ୟର 399 ଜିଲ୍ଳାରେ ଥିବା  ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ଏହି କାମରେ ଲାଗିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏନ୍.ଆର.ଏଲ.ଏମ୍. ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପାଇଁ  ପ୍ରୋତ୍ସାହିତ କରାଯାଉଛି । ଗତ 10 ଦିନ ମଧ୍ୟରେ ଏହି ଗୋଷ୍ଠୀଗୁଡିକ ଦ୍ୱାରା 132 ଲକ୍ଷରୁ ଅଧିକ ମାସ୍କ ଉତ୍ପାଦିତ ହୋଇଛି । ଏଥିରେ 14522 ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ 65,936 ସଦସ୍ୟ ସାମିଲ ହୋଇଛନ୍ତି ।

ଆନ୍ଧ୍ରପ୍ରଦେଶର ପାଞ୍ଚଟି ଜିଲ୍ଲାରୁ 4281 ସ୍ୱୟଂସହାୟିକା ଗୋଷ୍ଠୀର 21,028 ସଦସ୍ୟା ଏହି 10 ଦିନ ମଧ୍ୟରେ 25 ଲକ୍ଷ 41 ହଜାର 440ଟି ମାସ୍କ ଉତ୍ପାଦିତ କରିଛନ୍ତି । ତାମିଲନାଡୁର 32  ଜିଲ୍ଳାରୁ 1927 ସ୍ୱୟଂସହାୟିକା ଗୋଷ୍ଠୀର 10,780 ସଦସ୍ୟା ଏହି ସମୟରେ ଉତ୍ପାଦନ କରିଛନ୍ତି  26 ଲକ୍ଷ  17 ହଜାର 35 ମାସ୍କ  । ବିହାର, ଛତିଶଗଡ, ଗୁଜରାଟ ,କେରଳ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ  ଏବଂ ଉତ୍ତର ପୂର୍ବାଚଂଳର ଅନେକ ରାଜ୍ୟରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି  କାମରେ ଲାଗିଛନ୍ତି ।

Related posts