Categories
ଆଞ୍ଚଳିକ

ବିରିଡିରେ ମାତୃ ସମ୍ମିଳନୀରେ ଯୋଗଦେଲେ ଶିଶୁ ଓ ମହିଳା ସୁରକ୍ଷା ଅଧିକାର ସଦସ୍ୟା

ରଞ୍ଜିତ ପଣ୍ଡା
ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବତିମିରା ଠାରେ ଅଭିଭାବକ ତଥା ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ନାରୀନେତ୍ରୀ ତଥା ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର । ଶିଶୁମାନେ ଦେଶର ଭବିଷ୍ୟତ । ସୁନ୍ଦର ଭାରତ ଗଠନରେ ଏହି ଶିଶୁମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିବ । ମୁଖ୍ୟମନ୍ତ୍ରୀ ଶିଶୁଙ୍କ ପାଇଁ ବହୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟରେ ଯେ କୌଣସି ଜାଗାରେ ଶିଶୁ ମାନଙ୍କୁ ଅତ୍ୟାଚାର ହେଉଥିବ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଯଦି ରାଜ୍ୟରେ କେଉଁଠି ଶିଶୁ ନିର୍ଯାତନା ହେଉଛି କିମ୍ବା ଶିଶୁଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି ତେବେ ଦେୟମୁକ୍ତ ନମ୍ବର 1098ରେ କଲ୍‌ କଲେ 24 ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଅତିଥି ମତ ରଖିଥିଲେ । ସମ୍ମାନୀୟ ଅତିଥି ଭାବରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଖୀ ଯୋଜନା ପ୍ରଣୟନ କରାଯାଇଥିବା ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 500 ଅଭିଭାବକ ଅଂଶଗ୍ରହଣ କରିଥିଲେ ।