Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଆତ୍ମହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ୬  ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଶନିବାର ଶାଗଵାହାଲି ଗାଁରେ ଏକତରଫା ପ୍ରେମ ନିବେଦନକୁ ନେଇ ନାବାଳିକା ଦଉଡି ଦେଇ ଆତ୍ମହତ୍ୟା କରିଥିଲେ।କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ପଞ୍ଚାୟତ ଶାଗବାହାଳି ଗାଁର ଜନୈକା ନାବାଳିକା ଆତ୍ମହତ୍ୟା ଘଟଣା ରେ କୋକସରା ପୋଲିସ  ଜଣେ ନାବାଳକ ସହ ୫ ଜଣ ଯୁବକ ଙ୍କୁ ଗିରଫ କରିଛି। ମାମଲା ରେ ଯୁବକ ଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେବା ପରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଶାଗବାହାଳି ଗାଁ ର ଦନ୍ତେଶ୍ୱର ବାଗଙ୍କ ୧୭ ବର୍ଷୀୟା ନାବାଳିକା ଝିଅ କୁ ପଡ଼ୋଶୀ ବେହେରା ଗାଁ ର ଜଣେ ଯୁବକ  ଏକ ତରଫା ପ୍ରେମ କରୁଥିଲା ଓ ବିଭିନ୍ନ ସମୟରେ ମୋବାଇଲ ରେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ତେବେ ନାବାଳିକା ଏହାକୁ ପ୍ରତ୍ୟାଖାନ କରିବାରୁ ଗତ ଶନିବାର ଦିନ ନିଜର କିଛି ସାଙ୍ଗକୁ ନେଇ ଝିଅ ଘରକୁ ଯାଇ ପରିବାରକୁ ଧମକ ଚମକ ଦେବା ସହ ଝିଅ କୁ ମଧ୍ୟ ଧମକ ଦେଇଥିବା ନେଇ ପରିବାର ଅଭିଯୋଗ ଆଣିଛନ୍ତି । ତେବେ ଲଜ୍ଜା ଓ ମାନସିକ ଚାପରେ ଆସି ନାବାଳିକା ଜଣକ ଗତ ରବିବାର ଦିନ ଆତ୍ମହତ୍ୟାକୁ ବାଛି ନେଇଥିଲେ। ଏହାକୁ ନେଇ ପରବର୍ତ୍ତୀ ଅବସ୍ଥାରେ ଝିଅର ପରିବାର ତରଫରୁ ଯୁବକର ଏକ ତରଫା ପ୍ରେମକୁ ନେଇ ମାନସିକ ଚାପରେ ଆସି ଝିଅ ଆତ୍ମହତ୍ୟା କରିଥିବା ଓ ଏହି ଘଟଣାରେ ସହଯୋଗ କରିଥିବା ସମସ୍ତଙ୍କୁ ଗିରଫ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ ।  ଏହି ମାମଲା ରେ ପୋଲିସ ସମସ୍ତ ଅଭିଯୁକ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।