Categories
ଆଜିର ଖବର

ଏମ୍‌ଜେ ଆକବରଙ୍କୁ କଡ଼ା ସମାଲୋଚନା କଲେ ଅଭିନେତ୍ରୀ ରେଣୁକା

ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କର ସୋସିଆଲ୍‌ ମିଡ଼ିଆରେ କ୍ୟାମ୍ପେନ୍‌ ଏବେ ଜୋର୍‌ସୋର୍‌ରେ ଚାଲିଛି।  ଆଜି ବିଜେପି ତରଫରୁ ‘ମୁଁ ବି ଚୌକିଦାର’ର ଟ୍ବିଟ୍‌ରରେ ନାମ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଟୁଇଟର୍‌ ଆକାଉଣ୍ଟରେ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି। ଏହି କ୍ରମରେ ବିଜେପିର ନେତା ଏମ୍‌ଜେ ଆକବର୍‌ ମଧ୍ୟ ଏହି କ୍ୟାମ୍ପେନ୍‌ରେ ସାମିଲ୍‌ ହୋଇ ଟୁଇଟ୍‌ କରିଛନ୍ତି। ତାଙ୍କର ଏହି ଟୁଇଟ୍‌କୁ ଜବାବ୍‌ ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରେଣୁକା ସାହାଣେ। ଏମ୍‌ଜି ଅକବର୍‌ ଚୌକିଦାର ଟ୍ୟାଗ୍‌ ଲଗାଇ ଟୁଇଟ୍‌ କହିଛନ୍ତି, ‘ମୁଁ ବି ଚୌକିଦାର’ କ୍ୟାମ୍ପେନ୍‌ରେ ଯୋଗ ଦେଇ ଗର୍ବ ଅନୁଭବ କରୁଛି। ଭାରତର ଜଣେ ନାଗରିକ ହୋଇଥିବାରୁ ଭାରତକୁ ପ୍ରେମ କରେ, ମୁଁ ଭ୍ରଷ୍ଟାଚାର, ଗରିବ ଓ ଆତଙ୍କବାଦକୁ ହଟାଇବା ଦିଗରେ ପୂରା ଜୋର୍‌ ଲଗାଇବି ଓ ଏକ ନୂଆ ଭାରତ ନିର୍ମାଣରେ ସାହାଯ୍ୟ କରିବ, ଯାହା ସୁରକ୍ଷିତ, ଶକ୍ତ ଓ ସମୃଦ୍ଧ ରହିବ ବୋଲି ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ର ଜବାବ୍‌ରେ ଅଭିନେତ୍ରୀ ରେଣୁକା। ସେ ତାଙ୍କ ଟୁଇଟ୍‌ରେ ଯଦି ଆପଣ ଚୌକିଦାର ହେବେ, ତା’ହେଲେ ଦେଶର କୌଣସି ମହିଳା ସୁରକ୍ଷିତ ରହିବେ ନାହିଁ  କହିବା ସହିତ ‘ ନିଲ୍ଲଜର ସୀମା’ ଓ ଇଣ୍ଡିଆ ମି ଠୁ ବୋଲି ଟ୍ୟାଗ୍‌ କରିଛନ୍ତି। ବିଜେପି ନେତା ଏମ୍‌ଜେ ଆକବର୍‌ଙ୍କ ନାମରେ ମିଠୁ ଅଭିଯୋଗ ଆସିବା ପରେ ସେ ବିଦେଶ ରାଜ୍ୟମନ୍ତ୍ରୀରୁ ଇସ୍ତଫା ଦେଇଛନ୍ତି। ଆକବରଙ୍କ ଉପରେ ପାଖାପାଖି ୨୦ଜଣ ମହିଳା ସାମ୍ବାଦିକ ଯୌନଶୋଷଣର ଅଭିଯୋଗ କରିଥିଲେ।